ପୁଲିସ ମହାନିର୍ଦ୍ଦେଶକଙ୍କ କନ୍ଧମାଳ ଗସ୍ତ, ମାଓ ଦମନ ଓ ଗଞ୍ଜେଇ ମୂଳୋତ୍ପାଟନ ପାଇଁ ହେବ ସ୍ବତନ୍ତ୍ର ରଣନୀତି

ଫୁଲବାଣୀ: ନୂତନ ଭାବେ ଦାୟିତ୍ୱ ନେଇଥିବା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ପ୍ରଥମଥର ପାଇଁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଜିଲାରେ ମାଓ ସ୍ଥିତି ଓ ଗଞ୍ଜେଇ କାରବାରର ସମୀକ୍ଷା କରିଛନ୍ତି। ଏ ଅବସରରେ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ନକ୍ସଲ ଦମନ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ଡିଜି। ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ ରୁଦ୍ଧ ଦ୍ୱାର ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଜିଲା ପୁଲିସ ମୁଖ୍ୟାଳୟରେ କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡି ଜିଲା ଏସପିଙ୍କ ସହ ସମୀକ୍ଷା କରିବା ପରେ ଜିଲାର ମାଓ ପ୍ରବଣ ଅଞ୍ଚଳ ଓ କ୍ୟାମ୍ପ ଗସ୍ତ କରିଛନ୍ତି ଡିଜିପି।

ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଡିଜିପିଙ୍କ ଏହି ଗସ୍ତ ସମୟରେ ଆଇଜି ଅପରେଶନ ଜୟ ନାରାୟଣ ପଙ୍କଜ, ଏସଆଇଡବ୍ଲ୍ୟୁ ଆଇଜି କନୱର୍ ବିଶାଲ ସିଂ, ଦକ୍ଷିଣାଚଂଳ ଆଇଜି ସାର୍ଥକ ଷଡଙ୍ଗୀ, ଜୟନାରାୟଣ ପଙ୍କଜ ପ୍ରମୁଖ ସାମିଲ ହୋଇଥିଲେ। ଡିଜିପିଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଜିଲାର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳ ବୁଲିବା ସହ ସିଆରପିଏଫ, ବିଏସଏଫ କ୍ୟାମ୍ଫ ପରିଦର୍ଶନ କରିଥିଲେ।

ଏହି ଗସ୍ତ ଅବସରରେ ମାଓମୁକାବିଲାରେ ସାମିଲ୍ ହୋଇଥିବା ଜବାନ ମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ ଓ ଜବାନମାନଙ୍କ ସହିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପୁଲିସ ମହାନିର୍ଦ୍ଦେଶକ ବୁଧବାର ଫୁଲବାଣୀ ରିଜର୍ଭ କାର୍ଯ୍ୟାଳୟରେ ପହଞ୍ଚି ଆଲୋଚନା କରିବା ପରେ ବାଲିଗୁଡା ଥାନା ଅଞ୍ଚଳର ଖମଣଖୋଲ, ବାରଖାମା, ସୁଡ୍ରା ଓ ଫିରିଙ୍ଗିଆ ଓ ଗୋଛାପଡ଼ା ଥାନା ଅଞ୍ଚଳ ପରିଦର୍ଶନ କରି ସିଆରପିଏଫ, ବିଏସଏଫର ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ସହିତ ମାଓ ମୁକାବିଲା ନେଇ ସମୀକ୍ଷା କରିଥିଲେ।

ବୁଧବାର ଫୁଲବାଣୀ ଜିଲ୍ଲା ପୁଲିସ କାର୍ଯ୍ୟଳୟରେ ଜିଏ​‌େ​‌ର ଆଇନ ଶୃଙ୍ଖଳା, ମାଓ ମୁକାବିଲା, ଗଞ୍ଜେଇ ଚାଷ ଓ କାରବାର ପ୍ରଭୃତିକୁ ନେଇ ସମୀକ୍ଷା କରିଥିଲେ। ଗଞ୍ଜେଇ ଚାଷର କିଭଳି ମୁଳୋତ୍ପାଟନ କରିହେବ, ସେନେଇ ବିଭିନ୍ନ ଥାନା ଅଧିକାରୀଙ୍କ ସମତେ ଅନ୍ୟ କର୍ମଚାରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ ଡିଜିପି। ଏହି ଆଲେଚାନା ବେଳେ ଉପରୋକ୍ତ ସମସ୍ତ ଅଧିକାରୀଙ୍କ ସହିତ କନ୍ଧମାଳ ଏସପି ହରିଶ୍ ବି.ସି , କଳାହାଣ୍ଡି ଏସପି ଅକ୍ଳେଶ ଜୀ ଏବଂ ବୌଦ୍ଧ ଜିଲା ଏସପି ନଟରାଜ ଦେବକୁଣ୍ଡା ସମେତ ବିିଭିନ୍ନ ଥାନାର ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ ସମୀକ୍ଷା ବୈଠକରେ। ଦୀର୍ଘ ସମୟ ଧରି ଏହି ସମୀକ୍ଷା ବୈଠକ ହୋଇଥିବ ବେଳେ ଏଥିରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିବାର ଜଣାଯାଇଛି।

 

Comments are closed.