www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ହରିଆଣା ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି (ବୁଧବାର)ଠାରୁ ହରିଆଣା ଓ ମୁମ୍ବଇ ଗସ୍ତରେ ଯାଉଛନ୍ତି। ୧୬ ତାରିଖ ଅପରାହ୍ଣରେ ସେ ହରିଆଣା ଅଭିମୁଖେ ଗସ୍ତ କରିବେ ଏବଂ ୧୭ରେ ଚଣ୍ଡିଗଡ଼ଠାରେ ନବ ଗଠିତ ହରିଆଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ସେଦିନ ଅପରାହ୍ଣରେ ଚଣ୍ଡିଗଡ଼ରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ। ଚଣ୍ଡିଗଡ ପରେ ମୁଖ୍ୟମନ୍ତ୍ରୀ ମୁମ୍ବଇ ଗସ୍ତରେ ଯାଇ ୧୮ ତାରିଖରେ ଇଣ୍ଡିଆନ୍ କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗଦେବେ। ୧୮ ତାରିଖ ଅପରାହ୍ଣ ଓ ୧୯ ତାରିଖ ସକାଳେ ମୁଖ୍ୟମନ୍ତ୍ରୀ ମୁମ୍ବଇର ହୋଟେଲ ଓବରୋଇରେ ଆଗାମୀ ‘ମେକ ଇନ୍ ଓଡ଼ିଶା’ ପାଇଁ ନିବେଶକ ସମ୍ମିଳନୀରେ ଯୋଗଦେବେ। ୧୯ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଆସିବେ ବୋଲି ସୂଚନା ମିଳିଛି।

କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଏକ ଟାସ୍କଫୋର୍ସ ଗଠନ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଟାସ୍କଫୋର୍ସର ଅଧ୍ୟକ୍ଷ ରହିଛନ୍ତି। ଉକ୍ତ ଶିଳ୍ପ ପ୍ରତିଷ୍ଠା ଲାଗି ଦୁଇଟି ସ୍ଥାନ ନିରୂପଣ କରିବା ଲାଗି ନିର୍ଦେଶ ରହିଛି। ଷ୍ଟିଲ ଶିଳ୍ପର ବଡ଼ ନିବେଶକଙ୍କ ସହ ଆଲୋଚନା ଚାଲିଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି। ଆସନ୍ତା ୧୮ ଓ ୧୯ ତାରିଖରେ ମୁମ୍ବଇରେ ଓଡ଼ିଶା ସରକାର ଆୟୋଜନ କରିବାକୁ ଯାଉଛନ୍ତି ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ୍ ଶୋ’। ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟକୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟରେ ଦିଲ୍ଲୀ ପରେ ମୁମ୍ବଇରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପାରାଦ୍ବୀପ, ଗୋପାଳପୁର ଓ ଧାମରାକୁ କେମିକାଲ ଶିଳ୍ପ ଆସିବାର ସମ୍ଭାବନା ରହିଛି। ୧୯ତାରିଖରେ ୩୦୦ରୁ ଅଧିକ ନିବେଶକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ସରକାର ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories