ଜାଣନ୍ତୁ.. କେମିତି ଲକ୍‌ ଓ ଅନ୍‌ଲକ୍‌ କରିବେ ନିଜର ଆଧାରକାର୍ଡ; ଆଉ ହେବେନି ଠକେଇର ଶିକାର..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଆଧାରକାର୍ଡ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଧାରକାର୍ଡକୁ ସୁରକ୍ଷିତ ରଖିବା ନିତାନ୍ତ ଜରୁରୀ। ନଚେତ୍‌ ଆଧାରକାର୍ଡକୁ ବ୍ୟବହାର କରି ଠକାମି କରାଯାଇପାରିବ । କାରଣ ଆଧାରକାର୍ଡ ସହ ବ୍ୟାଙ୍କ ସମେତ ଅନେକ ସେବା ମଧ୍ୟ ଜଡିତ । ତେଣୁ ସୁରକ୍ଷିତ ନରଖି ଆଧାରକାର୍ଡକୁ ବ୍ୟବହାର କଲେ ଅନେକ କ୍ଷତି ସହ ଠକାମିର ଶିକାର ହେବାକୁ ପଡିଥାଏ। ଜାଣନ୍ତୁ..
ଆଧାରକାର୍ଡର ଅସଲି ସଂଖ୍ୟା ବଦଳରେ ଭିଆଇଡିର ବ୍ୟବହାର କରନ୍ତୁ। ଏହା ୧୬ ଅଙ୍କର ଏକ ଅସ୍ଥାୟୀ କୋଡ୍‌ । ଯାହା ଆପଣଙ୍କ ବାସ୍ତବିକ୍‌ ଆଧାରନମ୍ବରକୁ ଲୁଚାଇ ରଖିଥାଏ । ଆଧାରକାର୍ଡରେ ଠିକଣା ରହିଥାଏ । ଏହାସହ ଅନ୍ୟାନ୍ୟ ତଥ୍ୟ ମଧ୍ୟ ଥାଏ । ଏହା ସୁରକ୍ଷିତ ରହିବା ଜରୁରୀ।

ଶୁକ୍ର କଲେ ରାଶି ପରିବର୍ତ୍ତନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..


ଏବେ ଆଉ ଚିନ୍ତା ନାହିଁ କାରଣ ବର୍ତ୍ତମାନ ଆପଣ ଆଧାର ସଂଖ୍ୟାକୁ ଲକ୍‌ କରି ପାରିବେ । ଯାଦ୍ୱାରା ଏହାକୁ ଭୁଲ୍‌ ଉପାୟରେ କେହି ବ୍ୟବହାର କରି ପାରିବେ ନାହିଁ । ଯେତେବେଳେ ବ୍ୟବହାର କରିବାକୁ ଚାହିଁବେ ଏହାକୁ ଅନ୍‌ଲକ୍‌ କରି ପାରିବେ।
କେମିତି କରିବେ ଲକ୍‌ ଓ ଅନ୍‌ଲକ୍‌..
ସର୍ବପ୍ରଥମେ ନିଜ ସ୍ମାର୍ଟ ଫୋନ୍‌ରେ ଏମ୍‌ଆଧାର ଆପ୍‌ ଡାଉନଲୋଡ୍‌ କରନ୍ତୁ ।
ଏହାପରେ ସାଇନ୍‌ ଅପ୍‌ କରିବା ପାଇଁ ନିଜ ଆଧାର ସହ ଜଡିତ ମୋବାଇଲ୍‌ ନମ୍ବରର ବ୍ୟବହାର କରନ୍ତୁ ।

ମାତ୍ର ୧ ଟଙ୍କା.. ଜାଣନ୍ତୁ ଜିଓର ଏହି ପ୍ଲାନ୍‌ରେ ମିଳିବ କି କି ସୁବିଧା..


ଏହାସହ ଆଧାରର ସମସ୍ତ ତଥ୍ୟ ଦେଇ ଯାଞ୍ଚ କରିବା ପରେ ବ୍ୟବହାର କରି ବାୟୋମେଟ୍ରିକକୁ ଲକ୍‌ କରିବା ପାଇଁ ବିକଳ୍ପ ଚୟନ କରି ପାରିବେ।
ଏମ୍‌-ଆଧାର ଆପ୍‌ରେ ନିଜ ପ୍ରୋଫାଇଲ୍‌ ତିଆରି କରନ୍ତୁ। ଏହାଦ୍ୱାରା ଆପଣଙ୍କ ନିକଟରେ ଡିଜିଟାଲ୍‌ ଆଧାରକାର୍ଡ ସବୁବେଳେ ଉପଲବ୍ଧ ରହିବ । ଏହା ସୁରକ୍ଷିତ ମଧ୍ୟ ରହିବ।
ଆପ୍‌ ଖୋଲିବା ପରେ ରେଜିଷ୍ଟର୍‌ ଆଧାର ଟ୍ୟାବ୍‌ ଉପରେ କ୍ଲିକ୍‌ କରନ୍ତୁ ।
ଏହାପରେ ଏକ ୪ ଅଙ୍କ ବିଶିଷ୍ଟ ଏକ ପିନ୍‌ ଦିଅନ୍ତୁ ।
ଆଧାର ସହ ଜଡିତ ତଥ୍ୟ ଦିଅନ୍ତୁ ଓ ଯାଞ୍ଚ କରନ୍ତୁ ।
ଏହାପରେ ଦେଇଥିବା ମୋବାଇଲ୍‌ ନମ୍ବରରେ ଏକ ଓଟିପି ଆସିବ ।
ଓଟିପି ଦେବା ପରେ ବିକଳ୍ପ ଚୟନ କରି ପ୍ରୋପାଇଲ୍‌ ରେଜିଷ୍ଟର କରି ପାରିବେ ।
କେତେକ ସମୟରେ ୟୁଆଇଡିଏଆଇର ଅଫିସିଆଲ୍‌ ୱେବସାଇଟ୍‌କୁ ଯାଇ ନିଜ ଆଧାର ସହ ଜଡିତ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରନ୍ତୁ । କୌଣସି ସନ୍ଦେହ ହେଲେ ତୁରନ୍ତ ଧ୍ୟାନ ଦିଅନ୍ତୁ ।
ଇ-କେୱାଇସି କରିବା ପାଇଁ କେବଳ ପ୍ରାଧିକୃତ ଓ ବିଶ୍ୱସ୍ତ ପ୍ଲାର୍ଟଫର୍ମ ବ୍ୟବହାର କରନ୍ତୁ।

ଦେଖନ୍ତୁ ଛାତିଥରା ଭିଡିଓ; ରାତିରେ ରାସ୍ତାରେ ଯାଉଥିଲେ ଦମ୍ପତି, ସାମ୍ନାକୁ ଆସିଗଲା ସିଂହ, ଆଉ ତା’ପରେ..

Comments are closed.