ମାତ୍ର ୧ ଟଙ୍କା.. ଜାଣନ୍ତୁ ଜିଓର ଏହି ପ୍ଲାନ୍‌ରେ ମିଳିବ କି କି ସୁବିଧା..

ନୂଆଦିଲ୍ଲୀ : ରିଲାଏନ୍ସ ଜିଓର ଅନେକ ପ୍ଲାନ୍‌ ରହିଛି । ଯାହାର ଦାମ୍‌ ଭିନ୍ନ ସହ ଅନେକ ଲାଭ ରହିଛି । ଜିଓର ୨ଟି ଆକର୍ଷଣୀୟ ପ୍ଲାନ୍‌ ରହିଛି, ଯାହାର ଫରକ୍‌ ମାତ୍ର ୧ ଟଙ୍କା । ଏହାର ଦାମ୍‌ ୧,୦୨୮ ଓ ୧,୦୨୯ ଟଙ୍କା । ମାତ୍ର ଉଭୟ ପ୍ଲାନ୍‌ର ଲାଭ ଭିନ୍ନ ଭିନ୍ନ । ଜାଣନ୍ତୁ ଜିଓର ଏହି ୨ଟି ପ୍ଲାନ୍‌ ମଧ୍ୟରେ କେଉଁ ପ୍ଲାନ୍‌ ଅଧିକ ଲାଭଦାୟକ ।

ଦେଖନ୍ତୁ ଛାତିଥରା ଭିଡିଓ; ରାତିରେ ରାସ୍ତାରେ ଯାଉଥିଲେ ଦମ୍ପତି, ସାମ୍ନାକୁ ଆସିଗଲା ସିଂହ, ଆଉ ତା’ପରେ..

ଜିଓର ୧,୦୨୮ ଟଙ୍କାର ପ୍ରିପେଡ୍‌ ପ୍ଲାନ୍‌ରେ ୮୪ ଦିନର ସମୟ ସୀମା ପର୍ଯ୍ୟନ୍ତ ମିଳିଥାଏ । ଏଥିରେ ଦୈନିକ ଅସୀମିତ ଭଏସ୍‌ କଲିଙ୍ଗ୍‌, ୧୦୦ ଏସଏମଏସର ସୁବିଧା ରହିଛି । ଏହି ପ୍ଲାନ୍‌ରେ ଦୈନିକ ୨ ଜିବି ଡାଟାର ଅଫର୍‌ ମଧ୍ୟ ରହିଛି । ଏହି ପ୍ଲାନ୍‌ରେ ୧୬୮ ଜିବି ଡାଟା ମିଳିଥାଏ । ସବୁଠାରୁ ଖାସ୍‌ କଥା ହେଉଛି ଏଥିରେ ଅସୀମିତ ୫ଜି ଡାଟା ମିଳିଥାଏ । ଯେଉଁଠାରେ ଜିଓର ୫ଜି ନେଟ୍‌ୱର୍କ ରହିଛି, ବ୍ୟବହାରକାରୀ ଅସୀମିତ ୫ଜି ସେବାର ଲାଭ ପାଇପାରିବେ । ଜିଓର ୧,୦୨୮ ଟଙ୍କାର ପ୍ଲାନ୍‌ରେ ସ୍ୱିଗି ବ୍ୟବହାରକାରୀଙ୍କ ଗୋଟିଏ ଲାଇଟ୍‌ ମେମ୍ବରସିପ୍‌ ମଧ୍ୟ ଦିଆଯାଉଛି । ଏହାସହ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ୍‌ ସୁବିଧା ମଧ୍ୟ ଉପଲବ୍ଧ ।

ଶୁକ୍ର କଲେ ରାଶି ପରିବର୍ତ୍ତନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

ଜିଓର ୧,୦୨୯ ଟଙ୍କାର ପ୍ଲାନ୍‌ରେ ଜିଓର ୧୦୨୮ ଟଙ୍କା ପ୍ଲାନ୍‌ ଭଳି ବ୍ୟବହାରକାରୀଙ୍କୁ ପ୍ରତିଦିନ ଅସୀମିତ ଭଏସ୍‌ କଲିଙ୍ଗ୍‌, ୧୦୦ ଏସଏମଏସର ସୁବିଧା ରହିଛି । ୮୪ ଦିନ ପର୍ଯ୍ୟନ୍ତ ଏହାର ସମୟ ସୀମା ରହିଛି । ଏହି ପ୍ଲାନ୍‌ରେ ଦୈନିକ ୨ ଜିବି ଡାଟା ମିଳିଥାଏ । ଏହି ପ୍ଲାନ୍‌ରେ ୧୬୮ ଜିବି ଡାଟା ଅସୀମିତ ୫ଜି ସେବା ମିଳିଥାଏ ।ଏଥିରେ ମଧ୍ୟ କ୍ଲାଉଡ୍‌ ଫ୍ରି ସେବା ମିଳିଥାଏ । ସେହିପରି ଏହି ପ୍ଲାନ୍‌ରେ ଆମାଜନ୍‌ ପ୍ରାଇମ୍‌ ଲାଇଟ୍‌ ମେମ୍ବରସିପ୍‌ ମିଳିଥାଏ । ଏହି ପ୍ଲାନ୍‌ରେ ଆମାଜନ୍‌ ପ୍ରାଇମ୍‌ର ଟିଭି ଶୋ’,ଫିଲ୍ମ ସହ ଆସୁଛି । ଏହି ପ୍ଲାନ୍‌ରେ ଜିଓ ଟିଭି, ଜିଓ ସିନେମା, ଜିଓ କ୍ଲାଉଡ୍‌ ସେବା ମଧ୍ୟ ମିଳିଥାଏ । ଏହି ପ୍ଲାନ୍‌ କ୍ଲାଉଡ୍‌ ଷ୍ଟୋରେଜ୍‌ର ସୁବିଧା ସହ ଆସିଥାଏ ।

ଜିଓର ୧୦୨୮ ଓ ୧୦୨୯ ଟଙ୍କାର ରିଚାର୍ଜ ପ୍ଲାନ୍‌ରେ ଭଏସ୍‌ କଲିଙ୍ଗ୍‌ ସହ ଏସଏମଏସ୍‌ ସୁବିଧା ରହିଛି । ଏହି ପ୍ଲାନ୍‌ରେ ଅନଲାଇନ୍‌ ମାଧ୍ୟମରେ ଖାଦ୍ୟ ଅର୍ଡର କରିବା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । ଏଥିରେ ଆମାଜନ୍‌ ପ୍ରାଇମ୍‌ ଭଳି ପ୍ଲାର୍ଟଫର୍ମରେ ଫିଲ୍ମ, ଟିଭି ଶୋ’ ଦେଖିବାର ସୁବିଧା ମଧ୍ୟ ରହିଛି ।

Comments are closed.