www.samajalive.in
Saturday, December 6, 2025
19.1 C
Bhubaneswar

ମେଲାଣି ନେଉଛନ୍ତି ଜଗତ୍‌ଜନନୀ; କଟକରେ ମା’ଙ୍କ ଭସାଣି ଉତ୍ସବ..

କଟକ: ସରିଲା ଦୁର୍ଗା ପୂଜା। ମେଲାଣି ନେଉଛନ୍ତି ଜଗତ୍‌ଜନନୀ। ଉଭୟ ଆନନ୍ଦ ବିଷାଦ ମଧ୍ୟରେ ମାଆଙ୍କୁ ବିଦାୟ ଦେଉଛି ରୌପ୍ୟନଗରୀ। ୫ ଦିନ ଆଡ଼ମ୍ବର ସହ ପୂଜା ସରିବା ପରେ ଆଜି ମାଆ ଜଗତଜନନୀ ନେଉଛନ୍ତି ମେଲାଣି।

କଟକର ସ୍ଵତନ୍ତ୍ର ରୁଟ ଚାଟରେ ସବୁ ମେଢ଼ ଦେବୀଗଡାରେ ବିସର୍ଜନ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳାବାଗ ପୂଜା ମଣ୍ଡପରେ ସବୁ ମେଢ଼କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବାର ମଧ୍ୟ ରହିଛି ଏକ ଅନନ୍ୟ ପରମ୍ପରା। ମେଢ଼ ମଙ୍ଗଳାବାଗ ଛକରେ ଯିବା ସମୟରେ କଟକର ଭାଇଚାରାକୁ ବଜାୟ ରଖିବା ପାଇଁ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ଧର୍ମର ବ୍ୟକ୍ତିବିଶେଷ ଏକାଠି ହୋଇ କଟକ ଭାଇଚାରାକୁ ଦେଇଛନ୍ତି ସ୍ଵତନ୍ତ୍ର ଦିଗ ଦର୍ଶନ।

ଶୁକ୍ର କଲେ ରାଶି ପରିବର୍ତ୍ତନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

- Advertisement -

ପାରମ୍ପରିକ ବାଦ୍ୟ, ଘଣ୍ଟ ଶଙ୍ଖ, ତାଳମୂଲି, ଦୁଲଦୁଲି ବାଜା, ବ୍ୟାଣ୍ଡପାର୍ଟିର ଅସୀମ ଶବ୍ଦ କଟକ ସହର ମଧ୍ୟରେ ଖେଳାଇ ଦେଇଛି ଏକ ସ୍ଵତନ୍ତ୍ର ବାତାବରଣ। କାହିଁକି ନାଁ ମାଆ ନେଉଛନ୍ତି ବିଦାୟ। ଏହା ଯେତିକି ଆନନ୍ଦମୟ ତାହାଠୁ ଅଧିକ କଷ୍ଟ ମଧ୍ୟ। ଅନ୍ୟପଟେ ଏହି ଉତ୍ସବକୁ ଶୃଙ୍ଖଳିତ ସହ ଶେଷ କରିବା ପାଇଁ ମେଢ଼ର ରୁଟକୁ ସ୍ଵତନ୍ତ୍ର ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ଯେପରି ସମସ୍ତ କାର୍ଯ୍ୟ ବ୍ୟବସ୍ଥିତ ଓ ସୁଚାରୂପେ ହୋଇପାରିବ। ସକାଳୁ ପ୍ରତ୍ୟେକ ସାହିରେ ମେଢ଼ ଭ୍ରମଣ କରିବା ପରେ ମେଲାଣି ନେବା ପାଇଁ ଦେବୀଗଡା ମୁହାଁ ହୋଇଛନ୍ତି। ପ୍ରତ୍ୟେକ ଛକରେ ଶହଶହ ଲୋକ ମାଆଙ୍କ ଝଲକ ପାଇବା ପାଇଁ ବ୍ୟାକୁଳ ହୋଇ ରହିଛନ୍ତି।

ମାତ୍ର ୧ ଟଙ୍କା.. ଜାଣନ୍ତୁ ଜିଓର ଏହି ପ୍ଲାନ୍‌ରେ ମିଳିବ କି କି ସୁବିଧା..

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories