www.samajalive.in
Monday, December 15, 2025
24.1 C
Bhubaneswar

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ: ବୃଦ୍ଧ ବାପାକୁ ମରଣାନ୍ତକ ଆକ୍ରମଣ କଲା ପୁଅ

ଧାମରା: ବାପାଙ୍କ ସମସ୍ତ ସମ୍ପତ୍ତିରୁ ନିଜର ସାନ ଭାଇକୁ ଭାଗ ନ ଦେଇ ନିଜେ ସବୁକିଛିକୁ ଦଖଲ କରିବାକୁ ଜିଦ୍ ଧରି ନିଜ ବୃଦ୍ଧ ବାପାକୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରି ଜୀବନରୁ ମାରି ଦେବାକୁ ଧମକ ଦେଇଛି ବଡ଼ପୁଅ। ଏନେଇ ବାପା ନିଜ ବଡ଼ ପୁଅ ନାଁରେ ଥାନାରେ ଏତଲା ଦେବା ସହ ନ୍ୟାୟ ପାଇଁ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ, କରଞ୍ଜମାଳ ଗ୍ରାମର କୈଳାସ ଦତ୍ତ(୬୯) ଜଣେ ରାଜମିସ୍ତ୍ରୀ ଭାବେ ଜୀବନ ନିର୍ବାହ କରୁଥିବାବେଳେ ନିଜର ସାନପୁଅ ସହ ବସବାସ କରି ଆସୁଥିଲେ। ସୋମବାର ଆୟକର ଅଧିକାରୀ ଭାବେ କାର୍ଯ୍ୟରତ ବଡ଼ପୁଅ ବଳରାମ ଦତ୍ତ ଆସି ସମସ୍ତ ସମ୍ପତ୍ତିକୁ ନିଜ ନାଁରେ କରି ନେବାକୁ ବାପା କୈଳାସଙ୍କ ପାଖରେ ଅଡ଼ି ବସିଥିଲେ। ମାତ୍ର କୈଳାସ ଏପରି ଭାଗ ଦେବାକୁ ମନା କରିଦେବାରୁ ବଳରାମ ଏବଂ ତାଙ୍କ ପତ୍ନୀ ଏଲି ଆସି ଏକ ଭୁଜାଲୀରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ କୈଳାସଙ୍କ ହାତ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏହି ଘଟଣା ପରେ ସାନପୁଅ ଜଗନ୍ନାଥ ଏବଂ ସ୍ଥାନୀୟ ଲୋକେ କୈଳାସଙ୍କୁ ଉଦ୍ଧାର କରି ପ୍ରଥମେ ବଇଁଚା ମେଡିକାଲରେ ଭର୍ତ୍ତି କରିଥିଲେ ଏବଂ ପରେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ କୈଳାସ କରଞ୍ଜମାଳ ଫାଣ୍ଡିରେ ନିଜର ବଡ଼ ପୁଅ ଏବଂ ବୋହୂ ନାମରେ ଲିଖିତ ଅଭିଯୋଗ କରିଥିବାବେଳେ ବଳରାମ ମଧ୍ୟ ସମ୍ପତ୍ତି ଭାଗବଣ୍ଟାକୁ ନେଇ ନିଜ ବାପାଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। କେଉଁ ପରିସ୍ଥିତିରେ ବଳରାମ ନିଜର ବୃଦ୍ଧ ବାପାଙ୍କୁ ଏହି ବୟସରେ ଗଣ୍ଡେ ଖାଇବାକୁ ଦେବା ପରିବର୍ତ୍ତେ ଭୁଜାଲୀରେ ଅତର୍କିତ ଆକ୍ରମଣ କରିବା ପରେ ମଧ୍ୟ ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାରେ କାଳକ୍ଷେପଣ ନୀତି ଆପଣାଉଛି ତାହା ତଦନ୍ତ ସାପେକ୍ଷ ହୋଇପଡ଼ିଛି। ଅନ୍ୟ ପକ୍ଷରେ ବଳରାମ ଫେରାର ଅଛନ୍ତି ବୋଲି ବାଂଶଡା ଥାନାଧିକାରୀ କହୁଥିବାବେଳେ ଅଞ୍ଚଳବାସୀ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories