ସମାଜବାଦୀ ପାର୍ଟିର ରାଜ୍ୟ ଉପସଭାପତି ହେଲେ ଦେବେନ୍ଦ୍ର

ଫୁଲବାଣୀ: ରାଜ୍ୟ ସମାଜବାଦୀ ପାର୍ଟିର ସଭାପତି ଶିବ ହାତୀଙ୍କ ଅନୁମୋଦନ କ୍ରମେ ଫୁଲବାଣୀ ନର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ତଥା ନିକଟରେ ହୋଇଥିବା ନିର୍ବାଚନରେ ଫୁଲବାଣୀ ବିଧାୟକ ପାର୍ଥୀ ଦେବେନ୍ଦ୍ର କହଁରଙ୍କୁ ଦଳର ରାଜ୍ୟ ଉପସଭାପତି ଭାବେ ମନୋନିତ କରାଯାଇଛି। ଗତ ସାଧାରଣ ନିର୍ବାଚନରେ ଦେବେନ୍ଦ୍ର ବିଜେଡ଼ି ଦଳ ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ଦଳ ପକ୍ଷରୁ ତାଙ୍କୁ ଅକ୍ଟୋବର ଦୁଇ ତାରିଖରୁ ସାଙ୍ଗଠନିକ ଦାୟିତ୍ୱ ନ୍ୟସ୍ତ କରିବା ସହିତ ସଦସ୍ୟତା ଅଭିଯାନ ସଂଗ୍ରହ ଉପରେ ଦାୟିତ୍ୱ ଦେଇ ଥିବାରୁ ସେ ଦଳର ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.