www.samajalive.in
Sunday, December 7, 2025
13.1 C
Bhubaneswar

ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର : ପବିତ୍ର ମହାଳୟା ତିଥି ଅବସରରେ ମାଁ ସମଲେଶ୍ୱରୀ ଧବଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଭକ୍ତ ମାନଙ୍କ ଅବଗତି ନିମନ୍ତେ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ସୂଚନାନୁଯାୟୀ, ମହାଳୟା ସହିତ ଦଶହରା ଉତ୍ସବ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରାକ ପ୍ରସ୍ତୁତି ଶେଷ ହୋଇଯାଇଛି। ଏଥି ପାଇଁ ମାଁଙ୍କ ପୀଠ ଉତ୍ସବ ମୁଖର ହୋଇଥିବା ବେଳେ ମନ୍ଦିରକୁ ବିଭିନ୍ନ ରଙ୍ଗୀନ ଆଲୋକମାଳା ସହିତ ତୋରଣରେ ସୁସଜ୍ଜିତ କରାଯାଇଛି।

- Advertisement -

ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ଦର୍ଶନ ଗଙ୍ଗା ଦର୍ଶନ ଓ ସରସ୍ୱତୀ ଦର୍ଶନ ସହ ତୁଳନୀୟର ମାନ୍ୟତା ରହିଛି। ଏଣୁ ଧବଳମୁଖୀ ଦର୍ଶନ କଲେ ବହୁ ପୁଣ୍ୟ ଅର୍ଜନର ବିଶ୍ୱାସ ଭକ୍ତଙ୍କ ମଧ୍ୟରେ ରହିଛି। ଏଥି ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା ଥିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ବ୍ରହ୍ମମୁହୁର୍ତ୍ତରେ ମାଁଙ୍କ ନିତ୍ୟ ନିତିକାନ୍ତି ପରେ ସକାଳ ୫ଟାରେ ଭକ୍ତ ମାନଙ୍କ ଦର୍ଶନ ପାଇଁ ଦ୍ୱାରା ଖୋଲାଯାଇଛି। ଏହି ଦର୍ଶନ ସକାଳ ୧୧ଟା ୪୫ ପର୍ଯ୍ୟନ୍ତ , ୧୧ଟା ୪୫ରୁ ୧୨ଟା ୩୦ ପର୍ଯ୍ୟନ୍ତ ମାଁଙ୍କ ଅନ୍ନଭୋଗ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ପରେ ୧୨ଟା ୩୦ରୁ ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ନିରନ୍ତର ଭକ୍ତ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ। ସନ୍ଧ୍ୟା ଆଳତୀ ପାଇଁ ୭ଟା ୪୫ ରୁ ୮ ଟା ୩୦ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ପରେ ରାତ୍ର ସାଢ଼େ ୮ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପୁର୍ନବାର ଭକ୍ତ ମାନଙ୍କର ଦର୍ଶନ ପାଇଁ ମନ୍ଦିର ଖୋଲାରହିବ।

ଦେଖନ୍ତୁ ଛାତିଥରା ଭିଡିଓ; ଆକାଶରୁ ଖସିଲା ମୃତ୍ୟୁ, ବ୍ୟକ୍ତିଙ୍କ ଉପରେ ପଡିଲା ମିଶାଇଲ୍‌ ଖଣ୍ଡ..

ମାଁଙ୍କ ଧବଳମୁଖୀ ବେଶ ଦର୍ଶନ ଅଢ଼େଇ ଦିନ ପର୍ଯ୍ୟନ୍ତ ଜାରି ରହିବ। ମାଁ ପୀଠରେ ଅନ୍ନଭୋଗର ପ୍ରସ୍ତୁତି ବନ୍ଦ ରହିଥିବା ବେଳେ ମହାଳୟା ଦିନ କେବଳ ମାଁଙ୍କ ନିକଟରେ ଅନ୍ନଭୋଗ ଲାଗି କରାଯିବ। ଭକ୍ତମାନେ ଆଣିଥିବା ଭୋଗ ଗୁଡିକୁ ମାଁଙ୍କ ନିକଟରେ ଲଗା ନ ଯାଇ ଚଢ଼ାଯିବ। ପ୍ରବଳ ଭିଡର ଆଶା ରହିଥିବାରୁ ଭକ୍ତ ମାନଙ୍କର ସୁବ୍ୟବସ୍ଥିତ ଦର୍ଶନ ପାଇଁ କେବଳ ଦ୍ୱାର ସଂଖ୍ୟା ୪ ଦେଇ ଭକ୍ତ ମାନଙ୍କ ପାଇଁ ଖୋଲା ରହିବ। ଏହି ଦ୍ୱାର ଦେଇ ଭକ୍ତ ମାନେ ପ୍ରବେଶ କରି ଦର୍ଶନ ପରେ ପ୍ରସ୍ଥାନ ମଧ୍ୟ କରିବେ। ଧାଡିରେ ଲାଗିବା ପାଇଁ ମଧ୍ୟ ସୁବ୍ୟବସ୍ଥା କରାଯାଇଛି । ଭକ୍ତ ମାନଙ୍କର ସୁବିଧା ପାଇଁ ଧାଡି ବ୍ୟବସ୍ଥା ମଧ୍ୟରେ ପାନୀୟ ଜଳ, ଛାଉଣି ଓ ପଙ୍ଖାର ବ୍ୟବସ୍ଥା ସହିତ କିଛି ସ୍ଥାନରେ ବସିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଅନ୍ୟ ଦ୍ୱାର ଗୁଡିକ ଖୋଲା ରହିବ, କିନ୍ତୁ ସେ ଦ୍ୱାର ଗୁଡିକ ଦେଇ ପ୍ରବେଶ କରିଲେ ଭକ୍ତ ମାନେ ମାଁଙ୍କ ଦର୍ଶନ କରି ପାରିବେ ନାହିଁ। ଏଣୁ ଦର୍ଶନ ପାଇଁ ଇଚ୍ଛୁକ ଭକ୍ତ ମାନେ କେବଳ ଦ୍ୱାର ସଂଖ୍ୟା ୪ରେ ହିଁ ଦର୍ଶନ କରିପାରିବେ।

ଏତଦ ବ୍ୟତୀତ ପୂର୍ବ ବର୍ଷ ଭଳି ଦକ୍ଷିଣା ପ୍ରଦାନ କରି ସ୍ୱତନ୍ତ୍ର ଦର୍ଶନ କରିବାର ବ୍ୟବସ୍ଥା ହାତୀ ଦ୍ୱାରା ଦେଇ ମଧ୍ୟ କରାଯାଇଛି । ପ୍ରବଳ ଭିଡର ଆଶଙ୍କା ରହିଥିବାରୁ ବୟସ୍କ ଓ ଛୋଟ ଶିଶୁ ମାନେ ବୁଧବାର ଦିନ ଦର୍ଶନ ପାଇଁ ନ ଆସି ମାଁଙ୍କ ଧବଳମୁଖୀ ବେଶ ବୁଧବାର ଠାରୁ ଅଢ଼େଇ ଦିନ ପାଇଁ ଜାରି ରହିଥିବାରୁ ସେମାନେ ବୁଧବାର ଅପେକ୍ଷା ଗୁରୁବାର ଆସି ଦର୍ଶନ କରିପାରିବେ। ଏଥି ସହ ବୁଧବାର ଦିନ ଧବଳମୁଖୀ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତ ମାନଙ୍କର ନିଜର ହେପାଜତରେ ଚପଲ, ଜୋତା ଆଦିକୁ ବାହାରେ ରଖିବେ ଏବଂ ମନ୍ଦିରର ଜୋତା ଷ୍ଟାଣ୍ଡ ବନ୍ଦ ରହିବ ।

ମହାଳୟା ତିଥିରେ ଧବଳମୁଖୀ ଦର୍ଶନ ସହିତ ଦଶହରା ପର୍ବ ଆରମ୍ଭ ହୁଏ। ଦଶହରା ମାସରେ ପିତୃପକ୍ଷରେ ପରଲୋକଗତ ପିତୃ ପୁରୁଷଙ୍କୁ ପିଣ୍ଡଦାନ ପରେ ଗଙ୍ଗାସ୍ନାନର ପରମ୍ପରା ରହିଥିବା ବେଳେ ଏହାର ବିକଳ୍ପ ସ୍ୱରୂପ ପଶ୍ଚିମ ଓଡିଶାରେ ଭକ୍ତ ମାନେ ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ଦେଶ ଦର୍ଶନ କରିଲେ ସେହି ପୁଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରନ୍ତି । ଏଥିସହ ୩ ତାରିଖ ଗୁରୁବାର ପ୍ରତିପଦା ଠାରୁ ଅକ୍ଟୋବର ୧୨ ତାରିଖ ଦଶମୀ ପର୍ଯ୍ୟନ୍ତ ମନ୍ଦିରର ବିଭିନ୍ନ ନିତିକାନ୍ତି କରାଯିବ। ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ପ୍ରାତଃ ୫ଟାରେ ମଙ୍ଗଳ ଆଳତୀ ପରେ ସାଢ଼େ ୫ଟାରୁ ଭକ୍ତଙ୍କ ଦର୍ଶନ ଆରମ୍ଭ ହେବ । ମାଁ ଅନ୍ନଭୋଗ ଓ ସିଙ୍ଗାର ପାଇଁ ପୂର୍ବାହ୍ନ ୧୧ଟା ୪୫ ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଦିନ ୧ଟା ୩୦ ରୁ ରାତ୍ର ୭ଟା ୪୫ ପର୍ଯ୍ୟନ୍ତ ଦର୍ଶନ ଜାରି ରହିବ। ସନ୍ଧ୍ୟା ଆଳତୀ ପାଇଁ ୭ଟା ୪୫ ମିନିଟରୁ ରାତ୍ରି ସାଢ଼େ ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଏହା ପରେ ରାତ୍ରି ୧୦ଟା ପର୍ଯ୍ୟନ୍ତ ଦର୍ଶନ ଜାରି ରହିବା ପରେ ପହଡ ପଡିବ ଏବଂ ମନ୍ଦିର ବନ୍ଦ ରହିବ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories