www.samajalive.in
Sunday, December 7, 2025
23.1 C
Bhubaneswar

ସମ୍ବଲପୁର ଚିଡିଆଖାନାରେ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ପ୍ରଦର୍ଶନ

ସମ୍ବଲପୁର : ଗତ ବର୍ଷ ନୂଆପଡା ଜିଲାରେ ପ୍ରାୟ ୭ – ୮ ବର୍ଷିୟ ଏକ ପୁରୁଷ କଲରାପତରିଆ ବାଘ ୨ ଜଣ ବ୍ୟକ୍ତିଙ୍କୁ ମାରିବା ସହିତ ଜଣକୁ ଆହତ କରିଥିଲା। ଉକ୍ତ କଲରାପତରିଆ ବାଘକୁ ଗତ ବର୍ଷ ୫ ନଭେମ୍ବର ୨୦୨୩ ଉଦ୍ଧାରକାରୀ ଦଳ କାବୁ କରି ଧରିବା ପରେ ନୂଆପଡାରୁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଅଧିନସ୍ଥ ସମ୍ବଲପୁର ଚିଡିଆଖାନା ସ୍ଥିତ ଉଦ୍ଧାର କେନ୍ଦ୍ରକୁ ୮ ନଭେମ୍ବରରେ ଆଣିଥିଲେ। ଇତି ମଧ୍ୟରେ କେନ୍ଦ୍ର ପ୍ରାଣୀ ଉଦ୍ୟାନର ୧୧୧ତମ ବୈଷୟିକ କମିଟିର ପରାମର୍ଶ କ୍ରମେ ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ଥିବା ମହିଳା କଲରାପତରିଆ ବାଘ ସହିତ ଯୋଡି କରିବା ପାଇଁ ଅନୁମତି ପ୍ରାପ୍ତ ହୋଇଛି।


ଉଭୟ ବାଘଙ୍କ ଉପରେ ୨୪ ଘଣ୍ଟିଆ ସିସିଟିଭି ଓ ସ୍ୱତନ୍ତ୍ର ଦଳ ଜରିଆରେ ନଜର ରଖାଯାଇ ସମସ୍ତ ଗତିବିଧିକୁ ରେକର୍ଡ କରାଯାଉଛି। ଦର୍ଶକ ମାନଙ୍କ ସୁବିଧା ପାଇଁ ୨୦ ଫୁଟ ଲମ୍ବ ଓ ୭ ଫୁଟ ଚୌଡା ବିଶିଷ୍ଟ ଗ୍ଲାସ ଭ୍ୟୁ ଏନକ୍ଲୋଜର କରାଯାଇଛି । ୨୦୨୩ ମସିହାରେ କଲରାପତରିଆ ବାଘ ରହିବା ସ୍ଥାନକୁ ବିସ୍ତାରିତ କରାଯାଇ ୫୫୦ ବର୍ଗ ମିଟରର କରାଯାଇଛି। ଯେଉଁ ଠାରେ ଏକ ସଙ୍ଗରେ ୨ଟି କଲରାପତରିଆ ବାଘ ବୁଲି ପାରିବେ। ସମ୍ବଲପୁର ଚିଡିଆଖାନାରେ ବାଘ ଓ ଭାଲୁ ମାନଙ୍କର ମୁକ୍ତ ବିଚରଣ ଓ ଆରାମ ପାଇଁ ଝୁଲାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ବନ୍ୟ ପ୍ରାଣୀ ଅଧିକାରିଣୀ ଅଂଶୁପ୍ରଜ୍ଞା ଦାଶ ସୂଚନା ପ୍ରଦାନ କରିଛନ୍ତି।

ଦେଖନ୍ତୁ ଛାତିଥରା ଭିଡିଓ; ଆକାଶରୁ ଖସିଲା ମୃତ୍ୟୁ, ବ୍ୟକ୍ତିଙ୍କ ଉପରେ ପଡିଲା ମିଶାଇଲ୍‌ ଖଣ୍ଡ..

- Advertisement -

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories