www.samajalive.in
Saturday, December 6, 2025
17.1 C
Bhubaneswar

ପବିତ୍ର ମହାଳୟା: ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ

ସମ୍ବଲପୁର: ଆଜି ପବିତ୍ର ମହାଳୟା । ମାଆ ଜଗତଜନନୀ ଦୁର୍ଗାଙ୍କ ଆଗମନ। ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ବିଭିନ୍ନ ଶକ୍ତିପୀଠ ଗୁଡିକରେ ମାଆଙ୍କୁ ଭିନ୍ନ ଭିନ୍ନ ରୂପରେ ଆରାଧନା କରାଯାଉଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ଵରୀ ଧବଳମୂଖୀ ବେଶରେ ଦର୍ଶନ ଦେଉଛନ୍ତି। ବର୍ଷର ଅନ୍ୟ ଦିନ ମାନଙ୍କରେ ମାଆ ସିନ୍ଦୁରବର୍ଣ୍ଣା ରୂପରେ ରହିଥାନ୍ତି। କିନ୍ତୁ ମହାଳୟା ଦିନ ମାଆଙ୍କୁ ଧବଳମୂଖୀ ବେଶରେ ସଜ୍ଜିତ କରାଯାଇଥାଏ। ସେହିପରି ଆଜି ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ ଓ ଶ୍ରାଦ୍ଧ ଦେବାର ପରମ୍ପରା ମଧ୍ୟ ରହିଛି। ତେଣୁ ବିଭିନ୍ନ ପୂଣ୍ୟ ତୀର୍ଥ କ୍ଷେତ୍ରରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି। ସେପଟେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories