www.samajalive.in
Saturday, December 6, 2025
17.1 C
Bhubaneswar

ଭୁବନେଶ୍ୱରରେ ଲଜ୍ଜା: ଚୋରି କରିବାକୁ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କଲେ

ଭୁବନେଶ୍ବର : କମିଶନରେଟ ପୁଲିସକୁ ଅପରାଧୀ ଖୋଲା ଆହ୍ବାନ ଦେଇଛନ୍ତି। ସମ୍ପତ୍ତି ଲୁଟିବାକୁ ଘରେ ପଶିବା ସହ ‌ଛୁରି ଦେଖାଇ ମହିଳାଙ୍କୁ ଜଣେ ପରେ ଜଣେ ବଳାତ୍କାର କରିଛନ୍ତି। ଶିଶୁ କନ୍ୟା ସମ୍ମୁଖରେ ବଳାତ୍କାର କରି ଫେରାର ହୋଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ମୈତ୍ରୀବିହାର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଘଟିଛି। ପାର୍ବଣ ଋତୁ ଆରମ୍ଭରୁ ଅପରାଧୀଙ୍କ ଏଭଳି ଉତ୍ପାତ ସହରବାସୀଙ୍କୁ ଅସୁରକ୍ଷିତ କରିଛି। ଲୋକେ ଏକାକୀ ଘରେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି। ତାଲା ପକାଇ ଗଲେ ଦିନ ଦ୍ବିପ୍ରହରରେ କଳାକନା ବୁଲାଉଛନ୍ତି। ପୁଲିସ କଡ଼ା ସୁରକ୍ଷାକୁ ଖାତିର କରୁନାହାନ୍ତି ଅପରାଧୀ। ସୂଚନାଯୋଗ୍ୟ, ଗତ ରବିବାର ରାତି ପ୍ରାୟ ୨ଟା। ପୂରା ରାଜଧାନୀ ଶୂନ୍‌ଶାନ୍‌ ଥିଲା। ଉକ୍ତ ଆପାର୍ଟମେଣ୍ଟରେ ୨ ଜଣ ଦୁର୍ବୃତ୍ତ ପଶିଥିଲେ। ଏହି ସମୟରେ ବାଲକୋନୀ କବାଟ ମୁକୁଳା ଥିଲା। ଘରେ ପଶିବାକୁ ଦୁର୍ବୃତ୍ତଙ୍କୁ ବାଟ ମିଳି ଯାଇଥିଲା। ଆଲମାରି ଆଦି ଖୋଜିଥିଲେ, ହେଲେ କିଛି ପାଇନଥିଲେ। ଏହି ସମୟରେ ୨ ବର୍ଷର ଝିଅ ସହ ରହୁଥିବା ମହିଳାଙ୍କ ନିଦ ଭାଙ୍ଗି ଯାଇଥିଲା। କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତଙ୍କ ସହ ମହିଳା ମୁହାଁମୁହିଁ ହୋଇଥିଲେ। ଛୁରି ଦେଖାଇ ଚୁପ୍ ରହିବାକୁ ଦୁର୍ବୃତ୍ତ ଧମକ ଦେଇଥିଲେ। ଜୀବନ ବଞ୍ଚାଇବା ପାଇଁ ମହିଳା ଚୁପ୍‌ ରହିଥିଲେ। କେଉଁଠି ସୁନା ଗହଣା ଓ ଟଙ୍କା ଅଛି ଚୁପ୍‌ଚାପ୍‌ ଦେଇଦେବା ଲାଗି କହିଥିଲେ। କିଛି ନାହିଁ କହିବାରୁ ପିନ୍ଧିଥିବା ସୁନା କାନଫୁଲ ଓହ୍ଲାଇ ଦେବା ଲାଗି ଦୁର୍ବୃତ୍ତ କହିଥିଲେ। ଏହି ସମୟରେ କୁନି ଝିଅ ଉଠି ପଡ଼ିଥିଲା। କିଛି ଜାଣିନପାରି ଦୁର୍ବୃତ୍ତଙ୍କୁ ଦେଖି ଝିଅ କାନ୍ଦି ଥିଲା। ତାକୁ ଚୁପ୍‌ କରାଇବା ଲାଗି ଦୁର୍ବୃତ୍ତ ଧମକ ଦେଇଥିଲେ। ବାଧ୍ୟ ହୋଇ ମହିଳା କୁନି ଝିଅକୁ ଚୁପ୍‌ ରହିବା ପାଇଁ ମୋବାଇଲ ଫୋନ୍‌ ଧରାଇ ଦେଇଥିଲେ। ପରେ ଦୁର୍ବୃତ୍ତ ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ବିରୋଧ କରିବାରୁ ଝିଅକୁ ମାରିଦେବାକୁ କହିଥିଲେ। ନିରୁପାୟ ହୋଇ ମହିଳା ତାଙ୍କ କଥାରେ ରାଜି ହୋଇଯାଇଥିଲେ। ଦୁଇ ଦୁର୍ବୃତ୍ତ ତାଙ୍କୁ ଜଣେ ପରେ ଜଣେ ବଳାତ୍କାର କରିଥିଲେ। ଯିବା ସମୟରେ ତାଙ୍କ ମୋବାଇଲ ଫୋନ୍‌ ନେଇ ଛୁ’ ମାରିଥିଲେ। ଏନେଇ ପୀଡ଼ିତା ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଆଧର କରି ପୁଲିସ ଘଟଣାର ତଦନ୍ତ କରୁଛି। ଏନେଇ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ କହନ୍ତି, ମହିଳାଙ୍କ ଅଭିଯୋଗକୁ ନେଇ ଘଟଣାର ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ସେମାନେ ରାଜ୍ୟ ବାହାରର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବେ ନନ୍ଦନକାନନ ନିକଟ ଏକ ଆପାର୍ଟମେଣ୍ଟ ଓ ମଞ୍ଚେଶ୍ବରର ଏକ ଆପାର୍ଟମେଣ୍ଟରେ ବଡ଼ଧରଣର ଚୋରି ହୋଇଥିଲା। ସିସିଟିଭି କ୍ୟାମେରାରେ ଚୋରି ରେକର୍ଡ଼ ହୋଇଥିଲେ ମଧ୍ୟ ପୁଲିସ ଚୋରଙ୍କୁ ଧରିବାରେ ସକ୍ଷମ ହୋଇନାହିଁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories