www.samajalive.in
Saturday, December 6, 2025
15.1 C
Bhubaneswar

ତରଡିଙ୍ଗ ସରପଞ୍ଚଙ୍କ ବିରୋଧରେ ୧୭ ୱାର୍ଡ ସଭ୍ୟ; ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦାବି

ଆଠଗଡ଼: କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ତରଡିଙ୍ଗ ପଞ୍ଚାୟତର ସରପଞ୍ଚଙ୍କ କାର୍ଯ୍ୟକଳାପକୁ ପଞ୍ଚାୟତର ୧୭ ଜଣ ୱାର୍ଡ ସଭ୍ୟ ଦୀର୍ଘଦିନ ହେବ ବିରୋଧ କରିଆସୁଛନ୍ତି। ସରପଞ୍ଚ ସିଦ୍ଧାନ୍ତ ଦଳାଇଙ୍କ ନାମରେ ସମସ୍ତ ୱାର୍ଡ ସଭ୍ୟ ବହୁ ଗୁରୁତର ଅଭିଯୋଗ କରି ତାଙ୍କୁ ସରପଞ୍ଚ ପଦବୀରୁ ହଟାଇବାକୁ ଅଣ୍ଟା ଭିଡିଛନ୍ତି। ଗତ ଦୁଇମାସ ପୂର୍ବରୁ ସେମାନେ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳ, ବିଡିଓ ଏବଂ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ତେବେ ନିୟମାନୁଯାୟୀ ପଞ୍ଚାୟତ ନିର୍ବାଚନ ଓ ସରପଞ୍ଚଙ୍କ ଦାୟିତ୍ବ ଗ୍ରହଣର ୩୦ ମାସ ପରେ ହିଁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରିବ। ଅବଧି ପୂର୍ବରୁ ସେମାନେ ଅନାସ୍ଥା ପ୍ରସ୍ତାବ ପାଇଁ ଦାବି କରିଥିବାରୁ ତାହା ଅଗ୍ରାହ୍ୟ ହୋଇଥିଲା। ଏବେ ୩୦ମାସର ଅବଧି ଅତିକ୍ରମ କରିବା ପରେ ମଙ୍ଗଳବାର ତରଡିଙ୍ଗ ପଞ୍ଚାୟତର ୧୮ ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ୧୭ ଜଣ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପୁଣି ଏକ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ତରଡିଙ୍ଗ ପଞ୍ଚାୟତର ମୋଟ ୧୮ ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ବାକି ୧୭ ଜଣ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରିଆସୁଛନ୍ତି। ମଙ୍ଗଳବାର ୧୭ ଜଣ ଯାକ ୱାର୍ଡ ସଭ୍ୟ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶୁଭକଲ୍ୟାଣୀ ମହାପାତ୍ରଙ୍କୁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories