୫୦ ହଜାର ଟଙ୍କାରୁ କମ୍ ଦାମରେ ମିଳିବ ଓଲା ସ୍କୁଟର, କମ୍ପାନୀ ଆଣିଲା ଅଫର
ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାତା ଓଲା ଇଲେକ୍ଟ୍ରିକ୍ BOSS ସେଲର ଘୋଷଣା କରିଦେଇଛି । ଏହି ସେଲକୁ କମ୍ପାନୀ ‘ବିଗେଷ୍ଟ ଓଲା ସିଜନ ସେଲ୍’ ଅର୍ଥାତ୍ BOSS ନାଁ ଦେଇଛି । ସେଲ ୩ ଅକ୍ଟୋବର ଅର୍ଥାତ୍ ନବରାତ୍ରିରୁ ଆରମ୍ଭ ହେବ । ଏଥିରେ ଓଲା ଏସଓ୍ବାନ୍ ରେଞ୍ଜରେ ଗ୍ରାହକଙ୍କୁ ରିହାତି ମିଳିବ । ଖାସ୍ କଥା ହେଉଛି ଓଲା ଏସ୧ ଇ-ସ୍କୁଟରକୁ ମାତ୍ର ୪୯,୯୯୯ ଟଙ୍କାରେ କିଣିପାରିବେ ଗ୍ରାହକ । ସେପ୍ଟେମ୍ବର ମାସରେ ଓଲାର ମାର୍କେଟ ସେୟାର ବହୁତ ଖସିଥିଲା ।
The @OlaElectric BOSS sale – Biggest Ola Season Sale, is now open for early access to our amazing community for today! Crazy offers and exclusive benefits!⚡️
As crazy as Ola S1 scooters starting at just ₹49,999!! 🙌
The BOSS of all products, prices, EVs is here 😉 pic.twitter.com/NcdnDXEw9H
— Bhavish Aggarwal (@bhash) October 2, 2024
BOSS just called, and you don’t want to miss it. 😉
Biggest Ola Season Sale. Early access for the Ola Community. Valid only for today.
Get the Ola S1 for as low as ₹49,999. #BOSS pic.twitter.com/QfkjkL0HWe
— Ola Electric (@OlaElectric) October 2, 2024
ଏହି ସେଲରେ ଖାସ୍ ରିହାତି ଦିଆଯାଉଛି । ଗ୍ରାହକଙ୍କୁ ଓଲା ଏସ୍୧କୁ ମାତ୍ର ୪୯,୯୯୯ ଟଙ୍କାରୁ କମ୍ ଦାମରେ କ୍ରୟ କରିପାରିବେ । କମ୍ପାନୀ ସୂଚନା ଅନୁସାରେ ଏହି ସେଲରେ s1ର ସମ୍ପୂର୍ଣ୍ଣ ରେଞ୍ଜରେ ୧୦ ହଜାର ଟଙ୍କାରି ରିହାତି ସହିତ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସୁବିଧା ମଧ୍ୟ ଦିଆଯିବ । ଏହି ସୁବିଧାରେ ୫ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ୍, ୭ ହଜାର ଟଙ୍କାର ୮ ବର୍ଷର ଓ୍ବାରେଣ୍ଟି ଏବଂ ୩ ହଜାର ଟଙ୍କା ମୂଲ୍ୟର ହାଇପରଚାର୍ଜିଂ କ୍ରେଡିଟ୍ ସାମିଲ ।
Comments are closed.