www.samajalive.in
Sunday, December 7, 2025
26.1 C
Bhubaneswar

ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ; ଜାତୀୟ ରାଜପଥ ପାଲଟିଲା ରଣକ୍ଷେତ୍ର

ଗୁରୁଡିଝାଟିଆ: ୫୫ ନଂ ଜାତୀୟ ରାଜପଥ ଖୁଣ୍ଟୁଣୀ ଥାନା ସମ୍ମୁଖ ପାଲଟିଲା ରଣକ୍ଷେତ୍ର। ୧୧ଦଫା ଦାବି ନେଇ ଆରତୀ କାରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ହିନ୍ଦ ମଜଦୂର ସଭା ଓ ଆରତୀ ଷ୍ଟିଲ ଆଣ୍ଡ ପାୱାର ମଜଦୂର ୟୁନିୟନ ପକ୍ଷରୁ ଅନୁଷ୍ଠିତ ଏହି ସଭାରେ କାରଖାନା କର୍ତ୍ତୃପକ୍ଷଙ୍କ ଶ୍ରମିକମାରଣ ନୀତି, ଶ୍ରମିକଙ୍କ ସୁରକ୍ଷା, ବର୍ଦ୍ଧିତ ଦରମା ଇତ୍ୟାଦିକୁ ନେଇ ଏକ ପ୍ରତିବାଦ ସଭା ଚାଲିଥିଲା। ଏପରିକି ଆଠଗଡ଼଼ ଉପଖଣ୍ଡ ପ୍ରଶାସନ ପକ୍ଷପାତିତା କରି ଆରତୀ କାରଖାନା ଫାଟକ ସମ୍ମୁଖରେ ଜାଣିଶୁଣି ସଭା କରାଇ ନଦେବା ଓ ୧୬୩ଧାରା ପ୍ରୟୋଗ କରିବାକୁ ଶ୍ରମିକମାନେ ନିନ୍ଦା କରିଛନ୍ତି।
କାରଖାନା କର୍ତ୍ତୃପକ୍ଷଙ୍କ ମନମାନି ସହିତ ପ୍ରଶାସନର ଅସହଯୋଗ ବିରୋଧରେ ହିନ୍ଦ ମଦଜୂର ସଂଘ ପ୍ରତିବାଦ କରୁଥିବା ବେଳେ ହଠାତ୍ ଏକ ନିର୍ଦ୍ଧିଷ୍ଟ ଦଳର ହାତଗଣତି କେଇଜଣ ଯୁବକ ଆସି ହାତରେ ପତାକା ଧରି ହୋହାଲ୍ଲା କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ଭିତରେ ଠେଲାପେଲା, ଧସ୍ତାଧସ୍ତି,ଖଣ୍ଡଯୁଦ୍ଧ ହେବା ସହ ୫୫ ନଂ ଜାତୀୟ ରାଜପଥ ପାଲଟିଥିଲା ରଣକ୍ଷେତ୍ର। ଘଟଣାସ୍ଥଳରେ ଉପସ୍ଥିତ ଥିବା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳ, ଚୌଦ୍ୱାର ଏସଡିପିଓ ଊମାକାନ୍ତ ନାୟକଙ୍କ ସମେତ ପୁଲିସ କର୍ମଚାରୀମାନେ ଉଭୟ ଗୋଷ୍ଠୀର ଯୁବକମାନଙ୍କୁ କାବୁ କରି ପରିସ୍ଥିତିକୁ ଆୟତ୍ତ କରିଥିଲେ। ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଗୋଟିଏ ଲେଖାଏଁ ଏତଲା ରୁଜୁ କରାଯାଇଥିବା ବେଳେ ପୁଲିସ ନିଜଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ଏହି ଗଣ୍ଡଗୋଳରେ ଜଣେ ଆହତ ହୋଇ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

 

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories