ମନ୍ଦିରରୁ ପୂଜାରୀଙ୍କୁ ନେଇଗଲା ବାଘ; ମଣିଷଖିଆ ବାଘ ୧୦ ଦିନରେ କଲାଣି ୬ ଶିକାର..

ଉଦୟପୁର : ରାଜସ୍ଥାନର ଉଦୟପୁର ଜିଲାରେ କଲରାପତରିଆ ବାଘର ଆତଙ୍କ ଜାରି ରହିଛି । ଉଦୟପୁରର ଗୋଗୁନ୍ଦାରେ କଲରାପତରିଆ ବାଘ ଜଣେ ପୂଜାରୀଙ୍କ ଉପରକୁ ଆକ୍ରମଣ କରିବା ପରେ ତାଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ, କଲରାପତରିଆ ବାଘ ମନ୍ଦିରରୁ ପୂଜାରୀଙ୍କୁ ଆକ୍ରମଣ କରି ନେଇଯାଇଥିବା ଜଣାପଡିଛି । ପୂଜାରୀଙ୍କ ମୃତଦେହ ମନ୍ଦିର ଠାରୁ ଅଳ୍ପ ଦୂରରୁ ଉଦ୍ଧାର ହୋଇଛି । ଲଗାତାର କଲରାପତରିଆ ବାଘ ଆକ୍ରମଣ କରୁଥିବାରୁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ରହିଛନ୍ତି । ୧୦ ଦିନରେ ବାଘ ଆକ୍ରମଣର ଏହା ୬ଷ୍ଠ ଘଟଣା ବୋଲି ଜଣାପଡିଛି ।

ଦେଖନ୍ତୁ ଭିଡିଓ ; ହାତୀ ସାମ୍ନାରେ ଯାଉଥିଲେ, ଓଲଟିଗଲା ଅଟୋ, ଦୌଡିଲେ ଲୋକେ..

ଗୋଗୁନ୍ଦା ଥାନା ଅଞ୍ଚଳରେ ଶନିବାର ବାଘ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ମହିଳାଙ୍କ ବୟସ ୬୫ ବୋଲି ଜଣାପଡିଥିଲା । ସେ ଘରୁ ବାହାରକୁ ଯାଇଥିଲେ । ସନ୍ଧ୍ୟାରେ ତାଙ୍କ ସ୍ୱାମୀ ଖୋଜିବା ପରେ ତାଙ୍କୁ ପାଇନଥିଲେ । ସେ ଗ୍ରାମବାସୀଙ୍କୁ ଏନେଇ ଜଣାଇବା ପରେ ଜଙ୍ଗଲରୁ ଗ୍ରାମବାସୀ ମହିଳାଙ୍କ ଶାଢୀର କିଛି ଅଂଶ, ରକ୍ତଛିଟା ଓ କିଛି ଦୂରରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପାଇଥିଲେ । ବିଳମ୍ବିତ ରାତିରେ ଏକ କଲରାପତରିଆ ବାଘ ଧରାପଡିଥିଲା । ନିକଟରେ ବାଘ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହେବା ଘଟଣା ଜଣାପଡିଛି । ବନ ବିଭାଗ ଗୋଗୁନ୍ଦାରୁ ୩ଟି କଲରାପତରିଆ ବାଘ ଧରିଥିଲା ।
କଲରାପତରିଆ ବାଘ ଆକ୍ରମଣରେ ନିକଟରେ ଏକ ୫ ବର୍ଷ ଶିଶୁର ମଧ୍ୟ ମୃତ୍ୟୁ ଘଟିଛି । ବୁଧବାର ସନ୍ଧ୍ୟାରେ ବାଘ ଶିଶୁ ଉପରେ ଆକ୍ରମଣ କରିଥିଲା । ପରେ ଶିଶୁର ମୃତଦେହ ମିଳିଥିଲା ।

Comments are closed.