www.samajalive.in
Sunday, December 7, 2025
23.1 C
Bhubaneswar

ଏସସିବିରେ ସଫଳ ହେଲା ଏକମୋ ଚିକିତ୍ସା

ଡେସ୍କ: କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଦିଲୀପ କୁମାର ମହାରଣାଙ୍କ (୫୩)ର ସଫଳ ଭାବେ ଏକମୋ ଚିକିତ୍ସା କରାଯାଇଛି। ସିଟିଭିଏସର ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରଫେସର ମନୋଜ କୁମାର ପଟନାୟକଙ୍କ ନେତୃତ୍ୱରେ ଏହି ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଦିଲ୍ଲୀପ ଏଚ୧ଏନ୧ ଭୁତାଣୁ ସଂକ୍ରମଣରେ ପୀଡିତ ହୋଇ ଏକା ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଇତି ମଧ୍ୟରେ ସେ ଆକ୍ୟୁଟ ରେସ୍ପିରେଟୋରୀ ଡିଷ୍ଟ୍ରେସ ସିଣ୍ଡ୍ରୋମରେ ପୀଡିତ ହୋଇଥିଲେ।

ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗତ ୧୭ ତାରିଖରେ ଏସସିବି ମେଡିକାଲ କଲେଜ ହସ୍ପିଟାଲର ଏକମୋ ବିଭାଗରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭି -ଭି ଟାଇପ ଫେମୋରୋ ଜୁଗୁଲାର ଏକମୋ ଚିକିତ୍ସା ଯୋଗାଇ ଦିଆଗଲା। ମାତ୍ର ୪୮ ଘଣ୍ଟା ମଧ୍ୟରେ ସେ ଗୋଡ ହାତ ହଲାଇଥିଲେ। ଆଜି ତାଙ୍କୁ ଏମକୋ ଚିକିତ୍ସା ବନ୍ଦ କରାଯାଇଛି। ଏବେ ସେ ମେକାନିକାଲ ଭେଣ୍ଟିଲେସନ ସହାୟତାରେ ଅଛନ୍ତି। ପ୍ରଫେସର ମନୋଜ କୁମାର ପଟନାୟକଙ୍କ ସହ ଡାକ୍ତର ସୁବ୍ରତ କୁମାର ନାୟକ ଓ ଡାକ୍ତର ଦେବାଶିଷ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚିକିତ୍ସା ଜାରି ରହିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories