www.samajalive.in
Friday, December 12, 2025
19.1 C
Bhubaneswar

ବୈଦ୍ୟେଶ୍ୱରଟି ସେତୁ ନିକଟରୁ ୨୬ଗୋରୁ ଉଦ୍ଧାର: ୨ ଗାଈ ମୃତ, ୨ ବେପାରୀ ଗିରଫ 

କଳାପଥର(ବାଙ୍କୀ ): ଆଜି ଭୋର ସମୟ ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ଵର ଥାନା ପୁଲିସ ପକ୍ଷରୁ ଗୋରୁ ଚାଲାଣ ଖବର ପାଇ ହୋଇଥିଲା ଚଢ଼ାଉ କରାଯାଇଥିଲା। ଖବର ପାଇ ପୁଲିସ ଗୋରୁ ଗାଡିକୁ ଜବତ ପାଇଁ ଉଦ୍ୟମ କରିଥିବାବେଳେ ଗୋ ବେପାରୀ  ମାଫିଆ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଗୋରୁ ବେପାରୀଙ୍କୁ ସୁରକ୍ଷା ଦେଉଥିବା ବ୍ୟକ୍ତି ପ୍ରଥମେ ପୁଲିସ ଉପରକୁ ବୋମା ମାଡ଼ କରିଥିଲେ।
ଏହାପରେ  ବାଧ୍ୟ ହୋଇ ବୈଦେଶ୍ଵର ପୁଲିସ ନିଜକୁ ସୁରକ୍ଷା ଦେବା ପାଇଁ ଗୋରୁ ଗାଡି ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିବା ସୂଚନା ଆସିଛି। ଅନ୍ୟପଟେ ବୈଦେଶ୍ଵର ପୁଲିସ ଘଟଣା ସ୍ଥଳ ରୁ ଗୋଟିଏ ଗୋରୁ ବାଝେଇ ଗାଡି ଜବତ ସହ୨ ଜଣ ଗୋରୁ ମାଫିଆଙ୍କୁ ଗିରଫ କରିଛି।
ଉଦ୍ଧାର ଗୋରୁ ଙ୍କ ସଂଖ୍ୟା ୨୬ ଗୋଟି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ମୃତ ଗୋମାତା ଠାବ କରାଯାଇଛି ବୋଲି ବୈଦେଶ୍ଵର ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ସୂଚନା ଦେଇଛନ୍ତି।
ଗିରଫ ଗୋରୁ ମାଫିଆ ଘର ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ  କୁସୁପଲ୍ଲା ଓ ସିକୋ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ  ନାମ ଏମଡି ସଫିକ ଉଦ୍ଦିନ ଏବଂ ଅଫତର ଖାଁବୋଳି ପୁଲିସ ପକ୍ଷରୁ ସୂଚନା ଖୋର୍ଦ୍ଧା କୁସୁପଲ୍ଲା ଅଞ୍ଚଳରୁ ତିଗିରିଆ ବ୍ଲକ କରଡ଼ାପଲ୍ଲୀର କଂସେଇ ଖାନାକୁ ଚାଲାଣ ହେଉଥିଲା ବୋଲି ସୂଚନା ଦିଆଯାଇଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories