ଗୋଟିଏ ଚକରେ ସାଇକେଲ ଚଳାଇ କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ : ସାଇକେଲରେ ଦେଶର ବିଭିନ୍ନ କୋଣକୁ ଯାତ୍ରା କରୁଥିବା ଆରୋହୀଙ୍କୁ ଆପଣ ଦେଖିଥିବେ । ରଙ୍ଗୀନ ହେଲମେଟ୍ ସହ ରାଇଡର ସୁଟ୍ ପିନ୍ଧି ସାଇକେଲ ଆରୋହୀ ବିଭିନ୍ନ ସ୍ଥାନ ଭ୍ରମଣ କରିଥାନ୍ତି । କିନ୍ତୁ କେରଳର ଜଣେ ଯୁବକ ସାଇକେଲରେ ଏକ ଦୁଃସାହସିକ ଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କ ସାହସକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଯୁବକ ଜଣକ କନ୍ୟାକୁମାରୀରୁ ଜାମ୍ମୁ ଓ କାଶ୍ମୀରରୁ କାଶ୍ମୀର ଘାଟୀ ପର୍ଯ୍ୟନ୍ତ ସାଇକେଲର ଗୋଟିଏ ଚକରେ ଯାତ୍ରା କରୁଛନ୍ତି । ତାଙ୍କର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।
View this post on Instagram
ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର ହୋଇଛି । ଭିଡିଓର କ୍ୟାପ୍ସନରେ ଲେଖାହୋଇଛି, ଆଜି ଅମୃତସରରେ ଜଣେ ବ୍ୟକ୍ତି ଭେଟ ହେଲେ । ସାନିଦ କେରଳରୁ ଗୋଟିଏ ଚକରେ ସାଇକେଲ ଚଳାଇ ଚଳାଇ ଅମୃତସର ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ନିଜ ଲକ୍ଷ୍ୟ ସ୍ଥଳ ଅର୍ଥାତ୍ କାଶ୍ମୀର ପର୍ଯ୍ୟନ୍ତ ସେ ଏହିଭଳି ଯାତ୍ରା କରିବେ । ସାନିଦଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତେ ତାଙ୍କର ଏହି ଉଦ୍ୟମକୁ ପ୍ରଶଂସା କରୁଛନ୍ତି । ଭିଡିଓରେ ନଜର ଆସୁଛି କି ତାଙ୍କ ସାଇକେଲରେ ଆଗ ଚକ ନାହିଁ ଏବଂ କେବଳ ପଛ ଚକାରେ ସେ ସାଇକେଲ ଚଳାଉଛନ୍ତି । ଭିଡିଓକୁ ୩ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଛି । ସମସ୍ତେ ପ୍ରତିକ୍ରିୟା ରଖି ତାଙ୍କ ଉଦ୍ୟମକୁ ପ୍ରଶଂସା କରୁଛନ୍ତି ।
Comments are closed.