www.samajalive.in
Friday, December 12, 2025
27.1 C
Bhubaneswar

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ – ୩୮ ମୃତ

ଡେସ୍କ: ଆତଙ୍କବାଦୀଙ୍କ ଦେଶ କୁହାଯାଉଥିବା ପାକିସ୍ତାନରେ ଗୁରୁବାର ଯାତ୍ରୀବାହୀ ଗାଡ଼ି ଉପରରେ ଆତଙ୍କବାଦୀ ଆକ୍ରମଣରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନର ପ୍ରମୁଖ ଟିଭି ଚ୍ୟାନେଲ ଜିଓ ଟିଭି ଅନୁଯାୟୀ, ପାରାଚିନାରରୁ ପେଶାୱାର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଗାଡି ଉପରେ ଆକ୍ରମଣ ହୋଇଛି।

ସୂଚନା ଅନୁଯାୟୀ, କୁରମ ଜିଲ୍ଲାର ଓଚାଟ ଅଞ୍ଚଳରେ ଆତଙ୍କବାଦୀମାନେ ଯାତ୍ରୀବାହୀ ଗାଡ଼ି ଉପରକୁ ଗୁଳି ଚଳାଇବାରୁ ଜଣେ ମହିଳା ଓ ଜଣେ ଶିଶୁଙ୍କ ସମେତ ଅତି କମରେ ୩୮ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ ଜିଓ ନ୍ୟୁଜ୍କୁ କହିଛି। ଆକ୍ରମଣରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

- Advertisement -

ଇସଲାମାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ କୁରମ ଘଟଣାକୁ ତୀବ୍ର ନିନ୍ଦା କରି ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ ନକଭି ନିଶ୍ଚିତ କରିଛନ୍ତି ଯେ ଏହି ଭୟଙ୍କର ବନ୍ଧୁକ ଆକ୍ରମଣରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories