www.samajalive.in
Friday, December 12, 2025
23.1 C
Bhubaneswar

କଇଥଖୋଲା ଗୁଳିକାଣ୍ଡ ଘଟଣା: ୨୦ ଦିନ ପରେ ୩ ଯୁବକ ଗିରଫ, ମୋଟର ସାଇକେଲ ସହ ୨ଖୋକା ସହ ପିସ୍ତଲ ଜବତ

ଧାମରା: ଧାମରା ଥାନା ଅର୍ନ୍ତଗତ କିଶୋର ପ୍ରସାଦ ଗ୍ରାମରେ ଗତ ୨ତାରିଖରେ ହୋଇଥିବା ଗୁଳିମାଡ ଘଟଣାରେ ଧାମରା ପୁଲିସକୁ ଏକ ବଡ ସଫଳତା ମିଳିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ କହିଛନ୍ତି ଯେ ଗତ ୨ତାରିଖ ଦିନ ୨ଟି ମୋଟର ସାଇକେଲରେ ୫ଜଣ ଅଜଣା ବ୍ୟକ୍ତି ଆସି ଧାମରା ଅଞ୍ଚଳରେ ଲୁଟତରାଜ କରିବାକୁ ପ୍ରୟାଶ ଚଳାଇଥିବା ବେଳେ ସଫଳ ହୋଇ ପାରି ନଥିଲେ।

ଏହି ବ୍ୟକ୍ତିମାନେ କିଶୋର ପ୍ରସାଦ ଛକ ନିକଟରେ ଏକ ନିଛାଟିଆ ସ୍ଥାନରେ ବସିଥିବା ବେଳେ ସେହି ଗ୍ରାମର ରାଜେନ୍ଦ୍ର ମହାପାତ୍ର ଏମାନଙ୍କୁ କାହିଁକି ଏଠାରେ ବସିଛ ବୋଲି ପବଚାରିଥିଲେ। ଏହି କଥାକୁ ନେଇ ସଂପୃକ୍ତ ବ୍ୟକ୍ତି ମାନେ ରାଜେନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ଏବେବି ରାଜେନ୍ଦ୍ର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ଘଟଣାକୁ ପୁଲିସ ସହଜରେ ଗ୍ରହଣ କରି ପାରି ନଥିଲା। ଦୀର୍ଘ ୨୦ଦିନ ହେବ ଅକ୍ଳାନ୍ତ ପରିଶ୍ରମ ପରେ ଏହି ଗୋଷ୍ଠୀର ସନ୍ଧାନ ମିଳିଥିଲା। ଆଜି ଗିରଫ ହୋଇଥିବା ବ୍ୟକ୍ତି ସୂର୍ଯ୍ୟକାନ୍ତ ନାୟକ(୨୨),ସର୍ବେଶ୍ୱର ନାୟକ(୨୮) ଏବଂ ସୁଶୀଲ ନାୟକ(୨୩)। ସୂର୍ଯ୍ୟକାନ୍ତ ଙ୍କ ଘର ନାୟକାଣୀଡିହ ସାନକୃଷ୍ନପୁର ହୋଇଥିବା ବେଳେ ସର୍ବେଶ୍ୱର ଙ୍କ ଘର ନାୟକାଣିଡିହ ଥାନା ଅର୍ନ୍ତଗତ ଗଦଳା ଗ୍ରାମର। ସୁଶୀଲ ନାୟକଙ୍କ ଘର ବାଂଶଡା ଥାନା ଅଧିନ କୁଦକାନ୍ଥି ଗ୍ରାମର ବୋଲି ଜଣାଯାଇଛି। ସଂପୃକ୍ତ ବ୍ୟକ୍ତି ମାନଙ୍କର ଏକ ଗ୍ୟାଙ୍ଗ ଅଛି ଏବଂ ସେମାନେ ଧାମରାକୁ ଆସୁଥିବା ଟ୍ରକ ଏବଂ ଏହି ଅଞ୍ଚଳରେ ନିଛାଟିଆ ସ୍ଥାନରେ ରହୁଥିବା ଘର ମାନଙ୍କୁ ନଜର କରି ଲୁଟତରାଜ କରି ଥାନ୍ତି। ଏମାନଙ୍କ ପାଖରୁ ଗୋଟିଏ ମୋଟରସାଇକେଲ, ୨ଟି ଅଫୁଟା ଖୋକା ଏବଂ ଏକ ଲୋକାଲ ହାତ ତିଆରୀ ପିସ୍ତଲ ଜବତ ହୋଇଛି।

- Advertisement -

ଆଗାମୀ ଦିନରେ ଏହି ଗ୍ୟାଙ୍ଗର ସବିଶେଷ ତଥ୍ୟ ପୁଲିସ ହାସଲ କରିବା ସହ ସମସ୍ତ ତଥ୍ୟ ପୁନଶ୍ଚ ଲୋକ ଲୋଚନକୁ ଆଣିବ ବୋଲି ପ୍ରତିଶ୍ରୁତି ବଦ୍ଧ ବୋଲି ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ପ୍ରକାଶ କରିଥିଲେ। ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ , ବାଂଶଡା ଥାନାଧିକାରୀ ଦେବରାଜ ଜେନା ଏବଂ ଧାମରା ଥାନାର କିଛି ଅଧିକାରୀଙ୍କ ନେଇ ଏକ ଟିମ ଗଠନ କରାଯାଇଥିବା ବେଳେ ଏହି ଟିମ ଦୀର୍ଘ ୨୦ ଦିନ ହେବ ଏହି ଗ୍ୟାଙ୍ଗ ପଛରେ ପଡ଼ି ସମସ୍ତ ତଥ୍ୟ ହାସଲ କରିଥିଲା।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories