www.samajalive.in
Wednesday, December 10, 2025
23.1 C
Bhubaneswar

ଓପୋ ଆଣିଲା ୨ ନୂଆ ଫୋନ୍, ଜାଣନ୍ତୁ ଦାମ୍ ଓ ଫିଚର୍..

ନୂଆଦିଲ୍ଲୀ : ଓପୋ ଫାଇଣ୍ଡ୍ ଏକ୍ସ ସିରିଜର ନୂଆ ମଡେଲ ଏକ୍ସ୮ ଓ ଏକ୍ସ ୮ ପ୍ରୋ ଭାରତୀୟ ବଜାରକୁ ଆସିଯାଇଛି । ଏହି ଫୋନର ଖାସ୍ ଫିଚର୍ ହେଉଛି ଏହାର କ୍ୟାମେରା । ଉଭୟ ଫୋନର ବିକ୍ରି ୩ ଡିସେମ୍ବର ୨୦୨୪ରୁ ଆରମ୍ଭ ହେବ । ଫାଇଣ୍ଡ୍ ଏକ୍ସ ଓ ଫାଇଣ୍ଡ୍ ଏକ୍ସ ପ୍ରୋ ଓପୋ ଇ ଷ୍ଟୋର, ଫ୍ଲିପକାର୍ଟ ଓ ରିଟେଲ ଷ୍ଟୋରରେ ଉପଲବ୍ଧ ହେବ । ଏହା ଭାରତରେ ୨ ରଙ୍ଗର ଭାରିଆଣ୍ଟ ଷ୍ଟାର ଗ୍ରେ ଓ ସ୍ପେଶ୍ ବ୍ଲାକରେ ଉପଲବ୍ଧ ହେବ ।

ଓପୋ ଫାଇଣ୍ଡ୍ ଏକ୍ସ୮ରେ ୬.୫୯ ଇଞ୍ଚର ଆମୋଲେଡ୍ ସ୍କ୍ରିନ୍ ମିଳିବ ଯାହାର ରିଜୋଲ୍ୟୁସନ ୨୭୬୦ x୧୨୫୬ ପିକ୍ସେଲ । ସେହିଭଳି ଏକ୍ସପ୍ରୋରେ ୬.୭୮ ଇଞ୍ଚର ଆମୋଲେଡ୍ ସ୍କ୍ରିନ୍ ମିଳିବ । ଉଭୟ ଫୋନର ରିଫ୍ରେଶ୍ ରେଟ୍ ୧୨୦ ହର୍ଜ । ମିଡିଆଟେକ୍ ଡାଇମେନସିଟି ୯୪୦୦ ଚିପସେଟ୍ ମିଳିବ । ଫୋନ୍ କଲରଓଏସ୍ ୧୫ରେ ଆଧାରିତ ଆଣ୍ଡ୍ରଏଡ୍ ୧୫ରେ କାମ କରିବ ।

- Advertisement -

ଉଭୟ ଫୋନରେ ୫୦ ମେଗାପିକ୍ସେଲର କ୍ୟାମେରା ସହ ୩୨ ଏମପିର ଫ୍ରଣ୍ଟ୍ କ୍ୟାମେରା ରହିବ । ୧୨ ଜିବି ରାମ୍ ସହ ୨୫୬ ଓ ୫୧୨ ଜିବି ଷ୍ଟୋରେଜ୍ ମିଳିବ । ଏକ୍ସ୮ ୧୨ ଜିବି ଓ ୨୫୬ ଜିବି ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍ ୬୯,୯୯୯ ଟଙ୍କା ଓ ୧୬, ୫୧୨ ଜିବି ଷ୍ଟୋରେଜର ଦାମ୍ ୭୯,୯୯୯ ଟଙ୍କା । ସେହିଭଳି ଏକ୍ସ୮ ପ୍ରୋର ୧୬ ଜିବି ରାମ୍ ଓ ୫୧୨ ଜିବି ଷ୍ଟୋରେଜ୍ ଭାରିଆଣ୍ଟର ଦା୍ ୯୯,୯୯୯ ଟଙ୍କା ରଖିଛି କମ୍ପାନୀ ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories