www.samajalive.in
Monday, December 8, 2025
16.1 C
Bhubaneswar

ହ୍ୟୁଣ୍ଡାଇ ଆଣିଲା ନୂଆ ଇ-କାର୍, ଥରେ ଚାର୍ଜ କଲେ ଯିବ ୬୨୦ କିଲୋମିଟର

ନୂଆଦିଲ୍ଲୀ : ହ୍ୟୁଣ୍ଡାଇ ନିଜ ଇଲେକ୍ଟ୍ରିକ୍ ପୋର୍ଟଫୋଲିଓରେ ନୂଆ ମଡେଲ ଯୋଡି ଫ୍ଲାଗସିପ୍ ଆୟୋନିକ୍ ୯ ନେଇଆସିଛି। ଥରେ ଚାର୍ଜ କଲେ ଏହା ୬୨୦ କିଲୋମିଟର ଯାତ୍ରା କରିପାରିବ ବୋଲି କମ୍ପାନୀ ଦାବି କରୁଛି  ୩୫୦ କେଡବ୍ଲୁ ଚାର୍ଜର ସହିତ ଏହା ୨୪ ମିନିଟରେ ୧୦ରୁ ୮୦ ପ୍ରତିଶତ ଚାର୍ଜ ହୋଇଯିବ । ୨୦୨୫ ର ପ୍ରଥମ ତ୍ରୈମାସିକରେ ଏହାକୁ କୋରିଆ ଓ ଆମେରିକାରେ ସର୍ବପ୍ରଥମେ ବିକାଯିବ ।

ମାତ୍ର ୯.୪ ସେକେଣ୍ଡରେ ଶୂନ୍ୟରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିପାରିବ । ଏଥିରେ ୭ଟି ସିଟ୍ ମିଳିବ । ୧୨ ଇଞ୍ଚର ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଏମ୍ବିଏଣ୍ଟ ଲାଇଟିଂ, ମଲ୍ଟି-ଜୋନ୍ କ୍ଲାଇମେଟ୍ କଣ୍ଟ୍ରୋଲ, ୧୪ ସ୍ପିକର ବିଶିଷ୍ଟ ବୋସ୍ ସିଷ୍ଟମ ମିଳିଥାଏ । ଗାଡିରେ ୧୦ଟି ଏୟାରବ୍ୟାଗ୍  ମିଳିବ । ତେବେ ଏହାର ଦାମ୍ ସମ୍ପର୍କରେ କମ୍ପାନୀ କୌଣସି ସୂଚନା ଦେଇନି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories