www.samajalive.in
Saturday, December 6, 2025
16.1 C
Bhubaneswar

ଦିଲ୍ଲୀ ବିଧାନସଭା ନିର୍ବାଚନ – ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍

ଡେସ୍କ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୧୧ ଜଣଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରୁ ୬ ଜଣ ନେତା ବିଜେପି କିମ୍ବା କଂଗ୍ରେସ ଛାଡ଼ି ଆପ୍’ରେ ଯୋଗ ଦେଇଛନ୍ତି।

ବ୍ରହ୍ମ ସିଂହ ତନୱର, ବିବି ତ୍ୟାଗୀ ଏବଂ ଅନୀଲ ଝା ନିକଟରେ ବିଜେପି ଛାଡ଼ିଥିଲେ। କଂଗ୍ରେସରୁ ଜୁବେର ଚୌଧୁରୀ, ବୀର ସିଂ ଧୀଙ୍ଗନ ଏବଂ ସୁମେଶ ଶୋକିନ୍ ଆପରେ ଯୋଗ ଦେଇଛନ୍ତି।

- Advertisement -

ଦିଲ୍ଲୀ ବିଧାନସଭାର ଚଳିତ କାର୍ଯ୍ୟକାଳ ୨୦୨୫ ଫେବ୍ରୁଆରି ୨୩ରେ ଶେଷ ହେଉଛି। ଚଳିତ ଗୃହର ପାଞ୍ଚ ବର୍ଷ କାର୍ଯ୍ୟକାଳ ଶେଷ ହେବା ତାରିଖ ପୂର୍ବରୁ ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟା ଶେଷ କରିବେ।

ଶେଷ ଥର ପାଇଁ ୨୦୨୦ ଫେବ୍ରୁଆରିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଆମ୍ ଆଦମୀ ପାର୍ଟି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ଏବଂ ୭୦ଟି ଆସନରୁ ୬୨ଟିରେ ବିଜୟୀ ହୋଇଥିଲା। ଭାରତୀୟ ଜନତା ପାର୍ଟି ମାତ୍ର ୮ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ କୌଣସି ଆସନ ପାଇନଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories