www.samajalive.in
Wednesday, December 10, 2025
16.1 C
Bhubaneswar

ନ୍ୟୁୟର୍କରେ ଠକେଇ ଓ ଲାଞ୍ଚ ଅଭିଯୋଗ – ସୌର ଶକ୍ତି ଚୁକ୍ତି ପାଇଁ ୨୨୦୦ କୋଟି ଲାଞ୍ଚ ଦେଇଛନ୍ତି ଗୌତମ ଆଦାନି

ଡେସ୍କ: ଆମେରିକାରେ ଶିଳ୍ପପତି ଗୌତମ ଆଦାନୀଙ୍କ ସମେତ ୮ ଜଣଙ୍କ ବିରୋଧରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ଆଟର୍ଣ୍ଣି କାର୍ଯ୍ୟାଳୟ କହିଛି ଯେ ଆଦାନୀ ଭାରତରେ ସୌର ଶକ୍ତି ସମ୍ବନ୍ଧୀୟ ଚୁକ୍ତି ଜିତିବା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ୨୬୫ ନିୟୁତ ଡଲାର (ପାଖାପାଖି ୨୨୦୦ କୋଟି ଟଙ୍କା) ଲାଞ୍ଚ ଦେଇଥିଲେ କିମ୍ବା ଦେବାକୁ ଯୋଜନା କରିଥିଲେ।

ଏହି ମାମଲା ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏବଂ ଅନ୍ୟ ଏକ ସଂସ୍ଥା ସହ ଜଡ଼ିତ। ଚଳିତ ବର୍ଷ ଅକ୍ଟୋବର ୨୪ରେ ନ୍ୟୁୟର୍କ ଫେଡେରାଲ କୋର୍ଟରେ ଏହି ମାମଲା ଦାୟର ହୋଇଥିଲା। ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ, ବିନୀତ ଏସ ଜୈନ, ରଞ୍ଜିତ ଗୁପ୍ତା, ସିରିଲ କାବେନିସ, ସୌରଭ ଅଗ୍ରୱାଲ, ଦୀପକ ମାଲହୋତ୍ରା ଏବଂ ରୂପେଶ ଅଗ୍ରୱାଲଙ୍କୁ ଏହି ମାମଲାରେ ଅନ୍ତର୍ଭୁକ୍ତ କରାଯାଇଛି।

- Advertisement -

ରଏଟର୍ସ ରିପୋର୍ଟ ଅନୁଯାୟୀ ଗୌତମ ଆଦାନୀ ଏବଂ ସାଗରଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ସାଗର ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡର ଜଣେ ଅଧିକାରୀ।

ଏହି ଲାଞ୍ଚ ଟଙ୍କା ସଂଗ୍ରହ କରିବା ପାଇଁ ଆମେରିକୀୟ ନିବେଶକ ଏବଂ ବ୍ୟାଙ୍କଗୁଡ଼ିକୁ ମିଛ କହିଥିବା ଅଭିଯୋଗ ହୋଇଛି। ଏହି ପ୍ରକଳ୍ପରେ ଆମେରିକୀୟ ନିବେଶକ ଏବଂ ଆମେରିକୀୟ ଆଇନ ଅନୁଯାୟୀ ଲାଞ୍ଚ ଆକାରରେ ଟଙ୍କା ଦେବା ଏକ ଅପରାଧ ହୋଇଥିବାରୁ ଆମେରିକାରେ ଏହି ମାମଲା ଦାୟର କରାଯାଇଥିଲା।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories