www.samajalive.in
Sunday, December 7, 2025
26.1 C
Bhubaneswar

ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ସେଲ୍‌ ଆରମ୍ଭ ; ଜାଣନ୍ତୁ ବିନା ଟଙ୍କା ଓ କ୍ରେଡିଟ୍‌ କାର୍ଡରେ କେମିତି କିଣିବେ ଜିନିଷ, ଏଥର ଜବରଦସ୍ତ ଅଫର୍‌..

ନୂଆଦିଲ୍ଲୀ : ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ସେଲ୍‌ ଆରମ୍ଭ ହୋଇ ସାରିଛି। ଚଳିତ ବର୍ଷର ସେଲ୍‌ ଖାସ୍‌ ହେବାକୁ ଯାଉଛି । କାରଣ ଆମାଜନ୍‌ ଏଥର ବିକ୍ରୟ ସେବା, ସୁରକ୍ଷା ଓ ଡେଲିଭରି ଉପରେ କିଛି ଉନ୍ନତ ସେବା ଆଣିଛି । ଏଥିରେ ଗ୍ରାହକଙ୍କୁ ଆମାଜନ୍‌ରେ ବୈଦ୍ୟୁତିକ ଉପକରଣ କିଣିବାରେ କୌଣସି ସମସ୍ୟା ହେବ ନାହିଁ ।

ବୁଧ ଚଳନ: ଏହି ୫ ରାଶି ହେବେ ଭାଗ୍ୟଶାଳୀ,ଚମକିବ ଭାଗ୍ୟ, ମିଳିବ ଧନ, ସଫଳତା..

- Advertisement -

ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ସେଲ୍‌ ଏଥର ଖୁବ୍‌ ଖାସ୍‌ ହେବାକୁ ଯାଉଛି, କାରଣ ଏଥର ଗ୍ରାହକଙ୍କୁ ସବୁଠାରୁ କମ୍‌ ଦାମ୍‌ରେ ବୈଦ୍ୟୁତିକ ଉପକରଣ ସ୍ମାର୍ଟ ଫୋନ୍‌, ସ୍ମାର୍ଟ ଟିଭି, ଫ୍ରିଜ୍‌ ଆଦି କିଣି ପାରିବେ। ଉଭୟ ବ୍ରାଣ୍ଡ୍‌ ଓ ବିକ୍ରେତାଙ୍କ ପକ୍ଷରୁ କମ୍‌ ଦାମ୍‌, ଜିନିଷ ଉପରେ ଅଫର୍‌ ଦିଆଯିବ । ଗ୍ରାହକ ମାନେ ବିନା ମୂଲ୍ୟରେ ଇଏମଆଇର ଲାଭ ୨୪ ମାସ ପର୍ଯ୍ୟନ୍ତ ପାଇ ପାରିବେ । ଯଦି ଆପଣଙ୍କ ପାଖରେ କ୍ରେଡିଟ୍‌ କାର୍ଡ ନାହିଁ, ତେବେ ଆମାଜନ୍‌ ପେ ଲାଟର୍‌ର ମଧ୍ୟ ବ୍ୟବହାର କରି ପାରିବେ। ଆମାଜନ୍‌ ପେ ଲାଟର୍‌ର କିଛି ବାର୍ଷିକ ବିବରଣୀ ପ୍ରଦାନ କରି ଏହାକୁ ବ୍ୟବହାର କରି ପାରିବେ। ସେଲ୍‌ରେ ଆକର୍ଷଣୀୟ ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ଦିଆଯାଉଛି । ସ୍ମାର୍ଟ ଟିିଭି, ସ୍ମାର୍ଟ ଫୋନ୍‌, ଫ୍ରିଜ୍‌ କିଣିବାର ଏହା ସୁବର୍ଣ୍ଣ ସୁଯୋଗ ।

ଦେଖନ୍ତୁ ଆଶ୍ଚର୍ଯ୍ୟ କରିବ ଷଣ୍ଢର ଏହି ଭିଡିଓ; ପ୍ରଥମେ ତଳେ ପକାଇ ମାରିଲେ, ତା’ପରେ ଶ୍ରଦ୍ଧାଳୁଙ୍କୁ..

ସେଲ୍‌ରେ ଆଇଫୋନ୍‌ ୧୩କୁ ୩୭,୯୯୯ ଟଙ୍କାରେ କିଣି ପାରିବେ। ଏଥିରେ ବ୍ୟାଙ୍କ ଅଫର୍‌ ମଧ୍ୟ ସାମିଲ ରହିଛି। ଯଦି ଆପଣଙ୍କ ଆମାଜନ୍‌ ପେ ଲାଟର ବ୍ୟବହାର କରୁଛନ୍ତି, ତେବେ ୧୨ ମାସ ପର୍ଯ୍ୟନ୍ତ ବିନା ମୂଲ୍ୟରେ ଇଏମଆଇର ଲାଭ ପାଇ ପାରିବେ । ଏହାସହ ଏସବିଆଇ କାର୍ଡ ସାହାଯ୍ୟରେ ୫ ପ୍ରତିଶତ ଅଧିକ ରିହାତି ଅଫର୍‌ ପାଇପାରିବେ ।

ଆମାଜନ୍‌ ପେ ଲାଟର୍‌ ଏକ କ୍ରେଡିଟ୍‌ ସେବା, ଯେଉଁଥିରେ ଗ୍ରାହକମାନେ ନିଜ କ୍ରେଡିଟ୍‌ ପ୍ରୋଫାଇଲ୍‌ ଅନୁସାରେ ବିନା ଟଙ୍କାରେ କିଣି ପାରିବେ । ଏଥିପାଇଁ କ୍ରେଡିଟ୍‌ କାର୍ଡର ଆବଶ୍ୟକତା ନାହିଁ । ଗ୍ରାହକଙ୍କୁ କିଛି ତଥ୍ୟ ଦେବାକୁ ପଡିବ । ଏହାପରେ ଗ୍ରାହକ ଆମାଜନ୍‌ ପେ ଲାଟର ବ୍ୟବହାର କରି ଜିନିଷ କିଣି ପାରିବେ ।

ଆମାଜନ୍‌ ପ୍ରାଇମ୍‌ ବ୍ୟବହାରକାରୀ ୨୪ ଘଣ୍ଟା ପୂର୍ବରୁ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ସେଲ୍‌ର ଲାଭ ପାଇପାରିବେ । ଏହାସହ ପ୍ରାଇମ୍‌ ବ୍ୟବହାରକାରୀଙ୍କୁ ଅଧିକ ରିହାତି ଅଫର୍‌ ମଧ୍ୟ ପ୍ରଦାନ କରାଯିବ। ଏହାସହ୍‌ ଜବରଦସ୍ତ ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ଦିଆଯିବ ।

ଏଥର ଆପଣଙ୍କୁ ସମୟ ଓ ତାରିଖ ଅନୁଯାୟୀ, ଆମାଜନ୍‌ ପକ୍ଷରୁ ଡେଲିଭରି କରାଯିବ। ଯର୍ଥାତ୍‌ ଯଦି ଆପଣ କାର୍ଯ୍ୟାଳୟ, କଲେଜରେ ଅଛନ୍ତି, ନିଜ ସୁବିଧା ଅନୁସାରେ ତାରିଖ ଓ ସମୟ ଚୟନ କରି ଡେଲିଭରି କରାଇପାରିବେ। ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।

ବୈଦ୍ୟୁତିକ ଉପକରଣ କିଣିବା ପରେ ସେଥିରୁ ଡାଟା ସ୍ଥାନାନ୍ତରଣରେ କିଛି ସମସ୍ୟା ଦେଖାଯାଏ । ଏହାକୁ ଦୂର କରିବା ପାଇଁ ଫୋନ୍ ସେଟଅପ୍ ସେବା ଆରମ୍ଭ ହେଉଛିା ଏହାକୁ ବହୁତ ପସନ୍ଦ କରାଯାଉଛି। ମାତ୍ର ଏଥିରେ ଟଙ୍କା ଦେବାକୁ ପଡିଥାଏ । ତଥାପି ଏହାର ବହୁତ ଚାହିଦା ଅଛି ।

ଆସିଗଲା ‘ବିଗ୍‌ ବସ୍‌ ୧୮’ର ନୂଆ ପ୍ରୋମୋ, ସଲ୍‌ମାନ୍‌ କହିଲେ ଏମିତି..

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories