www.samajalive.in
Sunday, December 7, 2025
26.1 C
Bhubaneswar

ଝାଡ଼ାବାନ୍ତି ଓ ଜ୍ଵରରେ ୫ ମୃତ, ବହୁ ଆକ୍ରାନ୍ତ ; ଲାମ୍ବେରି ଗ୍ରାମରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ଲାମ୍ବେରି ଗ୍ରାମରେ ଝାଡ଼ାବାନ୍ତି ଓ ଜ୍ଵରରେ ୪ ମୃତ ବହୁ ଆକ୍ରାନ୍ତ ଘଟଣା ଦୈନିକ ଖବର କାଗଜ ‘ସମାଜ’ ଖବର କାଗଜରେ ପ୍ରକାଶ ପାଇବା ପରେ ଲାମ୍ବେରି ଗ୍ରାମରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ । ଗତକାଲି ଜିଲା ଜନସ୍ଵାସ୍ଥ୍ୟ ଅଧିକାରୀଣି ମମତା ଚୌଧୁରୀ, ଜିଲା ମହାମାରୀ ବିଶେଷଜ୍ଞ ଡକ୍ଟର ଶ୍ରୀନିବାସ ସାହୁ, ଜିଲା ସ୍ୱାସ୍ଥ୍ୟ ପରିଦର୍ଶକ ସୁରେଶ କୁମାର ପଣ୍ଡା, ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମ୍ୟରଞ୍ଜନ କର, ଡାକ୍ତର ଅନ୍ନପୂର୍ଣ୍ଣା ତାଣ୍ଡି, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ନମ୍ବ୍ରତା ମହନ୍ତ, ମ୍ୟାଲେରିଆ ପରିଦର୍ଶକ ଶ୍ରୀନିବାସ ପଟ୍ଟନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ ପଦ୍ମଲତା ଭି ଭି, ଅଙ୍ଗନୱାଡି କର୍ମୀ ପ୍ରମୁଖ ଗସ୍ତ କରି ଗ୍ରାମରେ ଆକ୍ରାନ୍ତ ଲୋକଙ୍କୁ ଚିକିତ୍ସା କରିବା ପରେ ଗୁରୁତର ହୋଇଥିବା ରୁପା ନାଚିକା (୪୫)ଙ୍କୁ ରାୟଗଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ୫ଜଣଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମ ନିକଟରେ ଥିବା ନାଳରେ ବ୍ଲିଚିଙ୍ଗ ପାଉଡର ପକାଇ ବିଶୋଧନ କରିଥିଲେ। ରୋଗୀଙ୍କୁ ଚିକିତ୍ସା କରି ଗ୍ରାମରେ ବିଭିନ୍ନ ରୋଗ ଓ ନିରାକରଣ ବିଷୟରେ ଲୋକଙ୍କୁ ସଚେତନତା କରିଥିଲେ। ଗ୍ରାମରେ ବିଶୁଦ୍ଧ ପାନୀୟ ଖରାପ ଯୋଗୁଁ ଏହି ରୋଗ ହୋଇଥିଲା। ବର୍ତ୍ତମାନ ପୁରୁଣା ରୋଗୀ ରହିଛନ୍ତି କିନ୍ତୁ ନୂତନ ରୋଗୀ ନାହାନ୍ତି ନିୟନ୍ତ୍ରଣ ଅବସ୍ଥାରେ ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଦଳକୁ ୭ ଦିନ ଧରି ରହି ରୋଗୀ ଚିକିତ୍ସା କରିବା ପାଇଁ ନିର୍ଦେଶ ରହିଛି। ବର୍ତ୍ତମାନ ଡାକ୍ତରୀ ଦଳ ରହି ଚିକିତ୍ସା ଚଳାଇଥିବା ସୂଚନା ମିଳିଛି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କର୍ମଚାରୀମାନେ ଉକ୍ତ ଗ୍ରାମରେ ପହଞ୍ଚି ନଳକୂପ ଗୁଡିକରେ ବ୍ଲିଚିଙ୍ଗ ପକାଇ ଥିଲେ। ଝାଡାବାନ୍ତି ଓ ଜ୍ଵରରେ ୫ଜଣଙ୍କ ମୃତ୍ୟୁ ଓ ବହୁ ଆକ୍ରାନ୍ତ ପରେ ପାଖ ପଡିଶାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରିବା ପାଇଁ ବନ୍ଧୁ ବାନ୍ଧବ ସାହି ପଡିଶା ଭୟ କରି କେହି ଯାଉନାହାଁନ୍ତି। ସେହି ଗାଁକୁ ଗଲେ ଆମ ଗାଁରେ ମଧ୍ୟ ଏହି ରୋଗ ବ୍ୟାପିବ ବୋଲି କହି ଆସୁନ ଥିବା ଲାମ୍ବେରିବାସୀ କହିଛନ୍ତି ।

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories