Patra electronics

ଶୁକ୍ର କରିବେ ରାଶି ପରିବର୍ତ୍ତନ ; ଏହି ରାଶିଙ୍କୁ ଦେବେ ଧନ, ବଦଳିବ ଭାଗ୍ୟ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚଳନ କରି ଥାଆନ୍ତି । ସେପ୍ଟେମ୍ବରରେ ଅନେକ ବଡ ଗ୍ରହ ଚଳନ କରିଛନ୍ତି । ଏମାନଙ୍କ ମଧ୍ୟରେ ଶୁକ୍ର ମଧ୍ୟ ରହିଛନ୍ତି । ୧୮ ସେପ୍ଟେମ୍ବରରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ । ଏହାଦ୍ୱାରା ସମସ୍ତ ୧୨ ରାଶି ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ । ସେପ୍ଟେମ୍ବର ୧୮ରେ ଶୁକ୍ର ଦିନ ୨ଟାରେ ତୁଳା ରାଶିରେ ଚଳନ କରିବେ । ଜାଣନ୍ତୁ ଏହି ଚଳନ ଫଳରେ କେଉଁ କେଉଁ ରାଶିଙ୍କୁ ଲାଭ ମିଳିବ..

ତୁଳା – ଶାସ୍ତ୍ର ଅନୁସାରେ ତୁଳା ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବ । ମାନ-ସମ୍ମାନ ବୃଦ୍ଧି ସହ ବିବାହ ସ୍ଥିର ହେବ ।

୩୦ ବର୍ଷ ପରେ ; ଏହି ରାଜଯୋଗ ପାଇଁ ୫ ରାଶିଙ୍କ ଉପରେ ହେବ ଧନବର୍ଷା, ଖୋଲିବ ଭାଗ୍ୟର ଦ୍ୱାର, ହେବେ ଭାଗ୍ୟଶାଳୀ..

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନ ହସଖୁସିରେ ବିତିବ । ବ୍ୟବସାୟୀ ଲାଭବାନ୍‌ ହେବେ । ପିତାଙ୍କ ସହ ସମ୍ପର୍କ ମଜଭୁତ ହେବ । ନୂଆ କାମ କରି ସଫଳତା ପାଇବେ । କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ ।

କୁମ୍ଭ- ଏହି ରାଶିଙ୍କ ପାଇଁ ମଧ୍ୟ ଶୁଭ ସମୟ ରହିଛି । ଭାଗ୍ୟର ସାଥ୍‌ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ଜୀବନରେ ଆସିବାକୁ ଥିବା ସମସ୍ୟା ଦୂର ହେବ । ଚିନ୍ତା ଦୂର ହେବ ।

Comments are closed.