www.samajalive.in
Tuesday, December 9, 2025
15.1 C
Bhubaneswar

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପ୍‌: କିସ୍‌ ଛାତ୍ରୀ ମୀନାଙ୍କୁ ୩, ଜ୍ୟୋତ୍ସ୍ନାଙ୍କୁ ୧ ପଦକ

କଟକ : ଫିଜିର ଶୁଭାରେ ଆୟୋଜିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋନ ଚମ୍ପିଆନସିପରେ କିସ୍‌ ବିଶ୍ବବିଦ୍ୟାଳୟର ଦୁଇ ଛାତ୍ରୀ ମୀନା ଶାନ୍ତା ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ, ଜ୍ୟୋତ୍ସ୍ନା ସାବର ଗୋଟିଏ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମୀନା ୫୫ କିଗ୍ରା ୟୁଥ୍‌ ଓ ଜୁନିୟର ବର୍ଗରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୟୁଥ୍‌ ଓ ଜିନିୟର ମିଳିତ ବର୍ଗର ସ୍ନାଚରେ ୮୧ ଓ କ୍ଲିନ ଆଣ୍ଡ ଜର୍କରେ ୯୯ କିଗ୍ରା ସହ ମୋଟ୍‌ ୧୮୦ କିଗ୍ରା ଭାରୋତ୍ତୋଳନ କରିଥିଲେ।

ସିନିୟର ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ଜ୍ୟୋତ୍ସ୍ନା ୪୦ କିଗ୍ରା ୟୁଥ୍‌ ବର୍ଗରେ ସ୍ନାଚରେ ୫୮ କିଗ୍ରା ଓ କ୍ଲିନ ଆଣ୍ଡ ଜର୍କରେ ୬୫ କିଗ୍ରା ସହ ମୋଟ୍‌ ୧୨୩ କିଗ୍ରା ଭାରୋତ୍ତୋଳନ କରିଥିଲେ। ମୀନା କିସ୍‌ରେ ଯୁକ୍ତ ଦୁଇ କଳା ଦ୍ବିତୀୟ ବର୍ଷ ଓ ଜ୍ୟୋତ୍ସ୍ନା ଯୁକ୍ତ ଦୁଇ କଳା ପ୍ରଥମ ବର୍ଷରେ ଅଧ୍ୟୟନ କରୁଛନ୍ତି।

- Advertisement -

ଆବଶ୍ୟକ ପ୍ରୋତ୍ସାହନ ଓ ସହଯୋଗ ଲାଗି କିଟ୍‌ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଓଡ଼ିଶା ଭାରୋତ୍ତୋଳନ ସଂଘ, ଭାରତୀୟ ଭାରୋତ୍ତୋଳନ ସଂଘ, ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ମୀନା ଓ ଜ୍ୟୋତ୍ସ୍ନା କୃତଜ୍ଞତା ଜଣାଇଛନ୍ତି। ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପରେ ଭଲ ପ୍ରଦର୍ଶନ ସହ ପଦକ ଜିତିଥିବା ମୀନା ଓ ଜ୍ୟୋତ୍ସ୍ନାଙ୍କୁ କିଟ୍‌ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories