ଭୁବନେଶ୍ୱର: ଯେଉଁମାନଙ୍କ ଆକାଉଣ୍ଟକୁ ୧ଟଙ୍କା ନଆସିଛି ସେମାନେ ବି ସୁଭଦ୍ରା ଟଙ୍କା ପାଇପାରିବେ। ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି। ସିଷ୍ଟମ୍ ଚେକ୍ କରିବାକୁ ଆକାଉଣ୍ଟକୁ ୧ଟଙ୍କା କେବଳ ଟ୍ରାଏଲ ପାଇଁ ପଠାଯାଇଛି। ଯାହା ଆକାଉଣ୍ଟକୁ ୧ଟଙ୍କା ଯାଇନାହିଁ, ସେ ବି ସୁଭଦ୍ରା ଟଙ୍କା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ୧୭ ତାରିଖରେ ପ୍ରଥମ କିସ୍ତି ମିଳିବା ପରେ ବି ଆବେଦନ କରିପାରିବେ। ରାଜ୍ୟ ବାହାରେ ଥିଲେ ବି ଯେତେ ଆସିବେ ସେବେ ଆବେଦନ କରିଲେ ଟଙ୍କା ପାଇବେ ବୋଲି କହିଛନ୍ତି। ତେବେ ସୁଭଦ୍ରା ଯୋଜନାକୁ ନେଇ ଅନେକ ସାଇବର ଠକ ମାତିଛନ୍ତି। ଫେକ୍ ଫୋନ୍ କଲ କିଛି ଆସିଲେ ରିସିଭ ନକରିବାକୁ ପରାମର୍ଶ ଦେଇଛନ୍ତି ପ୍ରଭାତି ପରୀଡା



