କେନ୍ଦୁଝର: ତେଲକୋଇ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପୁଲିସ୍ ବସ୍ । ଏଥିରେ ୫ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ପାଳନ କରାଯାଉଛି। ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ବନ୍ଦ ପାଳନ କରୁଛି ଚକଧାର ସମନ୍ବୟ ସମିତି। ସମିତି ପକ୍ଷରୁ ୪୯ ନଂ ଜାତୀୟ ରାଜପଥର ଜଗମୋହନପୁର ଠାରେ ରାସ୍ତା ଅବରୋଧ କରାଯାଇଛି। ଗାଡି ମୋଟର ବନ୍ଦ କରିବା ସହ ଦୋକାନ ବଜାର, ସ୍କୁଲ , କଲେଜ ଆଦି ବନ୍ଦ ରହିଛି। ଆଜି ସକାଳୁ ତେଲକୋଇ ବନ୍ଦ ସ୍ଥାନକୁ କିଛି ପୁଲିସ୍ କର୍ମଚାରୀ ଡ୍ୟୁଟିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାରେ ୫ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
Popular Categories



