www.samajalive.in
Sunday, December 7, 2025
26.1 C
Bhubaneswar

୧୫ ତାରିଖରୁ କୃଷି ଓଡ଼ିଶା-୨୦୧୯ : ପ୍ରତୀକ କନ୍ଦମୂଳ

ଭୁବନେଶ୍ବର : ସମଗ୍ର ଭାରତବର୍ଷରେ କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ। ରାଜ୍ୟରେ ବାର୍ଷିକ ୪୦ହଜାରରୁ ଅଧିକ ହେକ୍ଟରରେ କନ୍ଦମୂଳ ଚାଷ କରାଯାଉଛି ଏବଂ ୩.୮୨ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦନ ହେଉଛି। କନ୍ଦମୂଳରେ ଭିଟାମିନ୍-କ ଭରପୂର ରହିଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଚାଷୀମାନଙ୍କୁ ଖାଦ୍ୟ ନିରାପତ୍ତା ଓ ପୁଷ୍ଟି ଯୋଗାଣରେ ଏହା ବିଶେଷ ସହାୟକ ହୋଇପାରିବ । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତବର୍ଷ କୃଷି ମହୋତ୍ସବ​​‌ରେ ‌କନ୍ଦମୂଳ ପ୍ରତୀକ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଶୁକ୍ରବାର ସଚିବାଳୟରେ କୃଷି ଓଡ଼ିଶା-୨୦୧୯ର ଲୋଗୋ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆଗାମୀ ଦିନରେ ବାତ୍ୟା ଓ ମରୁଡ଼ି ସମୟରେ କନ୍ଦମୂଳ ଚାଷ ହିଁ ଚାଷୀଙ୍କୁ ବିଶେଷ ଭାବେ ସହାୟକ ହୋଇପାରିବ। କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ କନ୍ଦମୂଳ ଚାଷର ଆୟତନ ଓ ଉତ୍ପାଦିକତା ବୃଦ୍ଧି ପାଇଁ ଗେନସ ନାମକ ଏକ ପ୍ରକଳ୍ପ ୨୦୧୬ରୁ କାର୍ଯ୍ୟକ୍ଷମ ହେଉଥିବା କହିଥିଲେ। ସେ କହିଥିଲେ ଯେ ଆନ୍ତର୍ଜାତୀୟ ଆଳୁ କେନ୍ଦ୍ର (ସିଆଇପି)ଜରିଆରେ ଗଞ୍ଜାମ, ଢ଼େଙ୍କାନାଳ, କୋରାପୁଟ ଓ ସୁନ୍ଦରଗଡ଼ରେ କନ୍ଦମୂଳ ଚାଷ କରାଯାଉଛି। ଏହାଦ୍ବାରା ପ୍ରତ୍ୟେକ ଭାବେ ୬୦୦୦ ଚାଷୀ ଉପକୃତ ହେଉଛନ୍ତି। ଆଗାମୀ ଦିନରେ କନ୍ଦମୂଳ ଚାଷକୁ ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବ।

ଚଳିତମାସ ୧୫ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ମହୋତ୍ସବ ପାଳନ କରାଯିବ। ଏଥିରେ ୧୮୦ଟି ପ୍ରଦର୍ଶନୀ ମଣ୍ଡପ ରହିବ। ଚାଷୀମାନଙ୍କ ଆୟ କିଭଳି ବୃଦ୍ଧି ହେବ ଏବଂ ସେମାନେ ସ୍ବାବଲମ୍ବୀ ହୋଇପାରିବେ ସେନେଇ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ୫ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବ ଉକ୍ତ କାର୍ଯ୍ୟକ୍ରମରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉତ୍କର୍ଷତା ପାଇଁ ୧୨୦ଜଣଙ୍କୁ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ତଥାଗତ ଶତପଥୀ, କୃଷି ସଚିବ ସୌରଭ ଗର୍ଗ, ଜଳସମ୍ପଦ ସଚିବ ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories