www.samajalive.in
Tuesday, December 9, 2025
26.1 C
Bhubaneswar

ଅତ୍ୟାଧୁନିକ ମଞ୍ଚ କଳା ପ୍ରଦର୍ଶନ ପ୍ରେକ୍ଷାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

ସମ୍ବଲପୁର: ସମ୍ବଲପୁରରେ ଏକ ଅତ୍ୟାଧୁନିକ ମଞ୍ଚ କଳା ପ୍ରଦର୍ଶନ ଉପଯୋଗୀ ପ୍ରେକ୍ଷାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି କରାଯାଇଛି। ନୁଆଁଖାଇ ଅବସରରେ ସମ୍ବଲପୁର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ନାଟ ନାଟୁଆ ଅନୁଷ୍ଠାନ ତରଫରୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ସମ୍ବଲପୁର ଏକ କଳା ସଂସ୍କୃତି ସମ୍ପନ୍ନ ସହର ଅଟେ। ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର ରୂପେ ପରିଚିତ ସମ୍ବଲପୁରରେ ସମ୍ବଲପୁରୀ ଲୋକ ନୃତ୍ୟ, ଲୋକ ସଙ୍ଗୀତ ସାରା ଭାରତରେ ଓଡିଶା ପାଇଁ ଦୀର୍ଘ ବର୍ଷ ହେବ ସମ୍ମାନ ଆଣୁଛି।

ଦେଶର ବିଭିନ୍ନ ପ୍ରାନ୍ତ ତଥା ବିଦେଶରେ ମଧ୍ୟ କଳା ପ୍ରଦର୍ଶନ କରି ଆଦୃତ ହେବା ସହିତ ଅନେକ କଳାକାର ପଦ୍ମଶ୍ରୀ, ସଙ୍ଗୀତ ନାଟକ ଏକାଡେମୀ ଭଳି ଅନେକ ସମ୍ମାନଜନକ ପୁରସ୍କାର ପାଇଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ଯେ, ଆଜି ପର୍ଯ୍ୟନ୍ତ କଳା ପ୍ରଦର୍ଶନ ପାଇଁ ସମ୍ବଲପୁର ଠାରେ ସରକାରୀ ସ୍ତରରେ କୌଣସି ପ୍ରେକ୍ଷାଳୟଟିଏ ମଧ୍ୟ ନାହିଁ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ଭିମସାର, ଭିସୁଟ, ଆଇଆଇଏମ ଭଳି ଶିକ୍ଷାନୁଷ୍ଠାନ ଗୁଡିକରେ କଳା ପ୍ରଦର୍ଶନ ଉପଯୋଗୀ ପ୍ରେକ୍ଷାଳୟ ପ୍ରତିଷ୍ଠା ହୋଇ ସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ସମ୍ବଲପୁରରେ କଳାକାର ମାନଙ୍କ ପାଇଁ ୧ ହଜାର ବିଶିଷ୍ଟ ଅତ୍ୟାଧୁନିକ ପ୍ରେକ୍ଷାଳୟଟି ମଧ୍ୟ ପ୍ରତିଷ୍ଠା ହୋଇ ପାରି ନାହିଁ, ଯାହାକି ପରିତାପର ବିଷୟ ଅଟେ।

- Advertisement -

ଏଣୁ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ତଥା ମଲଟି କଲଚରାଲ କମ୍ପେ୍ଲକକ୍ସ ପ୍ରତିଷ୍ଠା କରାଯାଉ। ଯାହା ଦ୍ୱାରା ସମ୍ବଲପୁରର କଳାକାର ମାନେ ନିଜର କଳା ପ୍ରଦର୍ଶନ ସୁରୁଖୁରୁରେ କରିବା ସହିତ ନିୟମିତ ଅଭ୍ୟାସ ପାଇଁ ମଧ୍ୟ ସୁବିଧା ପାଇ ପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି। ସ୍ଥାନୀୟ ଝାଡୁଆପଡା ଠାରେ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆୟୋଜିତ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଦାବିପତ୍ର ପ୍ରଦାନ ସମୟରେ ଅନୁଷ୍ଠାନର ଡ. ସିଦ୍ଧାର୍ଥ ପଣ୍ଡା, କମଳ ଲୋଚନ ପଣ୍ଡା, ଲଳିତ ମୋହନ ବେବର୍ତ୍ତା, ଦୀନବନ୍ଧୁ ପଣ୍ଡା, ମମତା ପଣ୍ଡା, ଦେବେନ୍ଦ୍ର ଖଟେଇ, ମାନସ ରଞ୍ଜନ ମିଶ୍ର, ଅଶୋକ ମିଶ୍ର, ସୁର୍ଯ୍ୟ ପାଣିଗ୍ରାହୀ, ବିରୁପାକ୍ଷ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

 

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories