www.samajalive.in
Sunday, December 14, 2025
19.1 C
Bhubaneswar

ରାଜକୋଟରୁ ଫେରିଲା ଦାଦନ ଶ୍ରମିକର ମୃତଦେହ, ଶୋକରେ ମୁଣ୍ଡାଗାଁ

ଲାଞ୍ଜିଗଡ: ପାଞ୍ଚ ଦିନ ପରେ ଗାଁକୁ ଫେରିଛି ଦାଦନ ଶ୍ରମିକର ଶବ। ନୂଆଖାଇ ଭଳି ଦିନରେ ଗାଁକୁ ଶବ ଫେରିଥିବା ବେଳେ ସାରା ଗାଁରେ ଦେଖିବାକୁ ମିଳିଛି ଶୋକାକୁଳ ପରିବେଶ। ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ଶବଦାହ କରାଯାଇଛି। ଏଭଳି ଏକ ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ପଞ୍ଚାୟତ ମୁଣ୍ଡାଗାଁରେ। ଏହି ଗାଁର ଚୈତନ୍ୟ ବିଶି କିଛି ମାସ ତଳେ ନିଜ ପରିବାର ସହିତ ଗୁଜୁରାଟର ରାଜକୋଟକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ସେ ଅସୁସ୍ଥ ହେବା ସହ ଗୁରୁତର ହୋଇପଡ଼ିଥିଲେ। ସେ କାମ କରୁଥିବା ଠିକାଦାର ତାଙ୍କୁ ଟ୍ରେନ ଟିକେଟ କାଟି ଘରକୁ ଯାଅ ବୋଲି କହିଥିଲେ। କିନ୍ତୁ ଟ୍ରେନରେ ହିଁ ଚୈତନ୍ୟଙ୍କ ମୃତ୍ୟୁ ଘଟିଥିଲା। ରେଳ ବିଭାଗ ତାଙ୍କ ଶବକୁ ନେଇ ରାଜକୋଟ ସୁରେନ୍ଦ୍ର ନଗରସ୍ଥିତ ଗାନ୍ଧୀ ସ୍ମାରକ ହସ୍ପିଟାଲରେ ରଖିଥିଲେ।

ଏ ସମ୍ପର୍କରେ ଖବର ପାଇ ଯୁବ ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳଙ୍କ ସହିତ ଯୋଗାଯୋଗ କରି ଜିଲ୍ଲା ଶ୍ରମ ବିଭାଗର ସହାୟତା ଲୋଡ଼ିଥିଲେ। ତାଙ୍କ ପରାମର୍ଶରେ ଶିକ୍ଷକ ତଥା ସମାଜସେବୀ ବିଭୁତି ଭୂଷଣ ତାଣ୍ଡି ଓ ମୃତକଙ୍କ ଭାଇ ଲିଙ୍ଗରାଜ ବିଶି ଜିଲ୍ଲାପାଳ ଏବଂ ଶ୍ରମ ବିଭାଗ ସହିତ ଯୋଗାଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରାଯାଇଛି। ଅପରପକ୍ଷରେ ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ମହାସଚିବ ସୂର୍ଯ୍ୟ ନାରାୟଣ କୁମାରଙ୍କ ନେତୃତ୍ୱରେ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ତେବେ ରାଜକୋଟରୁ ଶବ ନେଇ ବାହାରିଥିବା ଆମ୍ବୁଲାନ୍ସ ଆଜି ଅପରାହ୍ନରେ ଗାଁରେ ପହଞ୍ଚିଥିବା ବେଳେ ଗାଁ ମଶାଣିରେ ଆଜି ଶେଷକୃତ୍ୟ କରାଯାଇଛି। ସୂଚନାଯୋଗ୍ୟ, ସପ୍ତାହକ ତଳେ ଏହି ବ୍ଲକର ମାଳିଯୁବାଙ୍ଗ ପଞ୍ଚାୟତ ଦୋରାସାର୍ଲି ଗାଁର ଜଣେ ଦାଦନ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ ଘଟିଥିଲା। ଦୀର୍ଘ ଛଅ ଦିନ ପରେ ଗାଁକୁ ଶବ ଫେରିଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories