www.samajalive.in
Monday, December 15, 2025
24.1 C
Bhubaneswar

ଅଣାୟତ୍ତ ହେବକି ରେଭେନ୍ସା, କ୍ୟାମ୍ପସରେ ସୁରକ୍ଷା ପାଇଁ ପୁଲିସ ସହାୟତା ଲୋଡିଲେ ରେଜିଷ୍ଟ୍ରାର

ଡେସ୍କ: ସମ୍ପ୍ରତି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଗତକାଲି ବିଭିନ୍ନ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ଆଗାମୀ ଦିନରେ କ୍ୟାମ୍ପସରେ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିଛି। ରେଭେନ୍ସା କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା ଲାଗି ଓ ପର୍ଯ୍ୟାପ୍ତ ପୁଲିସ ମୁତୟନ ଲାଗି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର କଟକ ଡ଼ିସିପିଙ୍କୁ ପତ୍ର ଲେଖିଛନ୍ତି।

ସେ ଲେଖିଛନ୍ତି…
ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେପ୍ଟେମ୍ବର ୧ ତାରିଖରୁ ଅଧିକାଂଶ ବାହାର ଲୋକ (ଅଣଛାତ୍ର)ଙ୍କ ଦ୍ୱାରା ଆୟୋଜିତ କିଛି ପ୍ରତିବାଦ ଅଭିଯାନ ଦେଖିବାକୁ ମିଳୁଛି। ଫଳରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଉତ୍ତେଜନାପୂର୍ଣ୍ଣ ହେବା ସହ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ସୂଚନାଯୋଗ୍ୟ, ବିଭିନ୍ନ ହଷ୍ଟେଲରେ ୩ ହଜାର ଛାତ୍ରଛାତ୍ରୀ ରହୁଛନ୍ତି। ଉଭୟ ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀଙ୍କ ପରିବାର ମଧ୍ୟ କ୍ୟାମ୍ପସ ଭିତରେ ରହୁଛନ୍ତି। ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଅସମ୍ଭାଳ ହେବା ସହ କ୍ୟାମ୍ପସରେ ସ୍ୱାଭାବିକ ସ୍ଥିତି ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଅନୁଭବ କରାଯାଉଛି। କ୍ୟାମ୍ପସ ଭିତରେ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବା ପାଇଁ ୨୪ ଘଣ୍ଟିଆ ପୁଲିସ ମୁତୟନ ଅତ୍ୟନ୍ତ ଜରୁରୀ।

- Advertisement -

ଏହାକୁ ଦୃଷ୍ଟିରେ ରଖି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ତଥା ପ୍ରବେଶ ପଥରେ ପର୍ଯ୍ୟାପ୍ତ ସଂଖ୍ୟକ ପୁଲିସ ମୁତୟନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

ଆଜି ବିଧାନସଭାରେ ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ବିଜେଡି ବିଧାୟକ ବ୍ୟୋମକେଶ ତ୍ରିପାଠୀଙ୍କ ମନ୍ତବ୍ୟର ପ୍ରତିବାଦ କରି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ, କେନ୍ଦ୍ରମନ୍ତ୍ରୀଙ୍କ ମତ ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ। କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଥିଲେ, କଟକବାସୀଙ୍କ ଭାବନା ସହ ଖେଳନ୍ତୁନି।

ସୂଚନା ଯୋଗ୍ୟ, ବୁଧବାର ସନ୍ଧ୍ୟାରେ କଟକ ରେଭେନ୍ଶା ବିଶ୍ୱବିଦ୍ୟାଳୟର କେତେକ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗତ ଦିନରେ ସ୍ୱାୟତ୍ତ ଶାସନ ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ଶା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ବିଭିନ୍ନ ଛାତ୍ର ଗୋଷ୍ଠୀ ବିରୋଧ ପ୍ରଦର୍ଶନ କରୁଥିବା ବେଳେ, କେତେକ ଛାତ୍ର ଗୋଷ୍ଠୀ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇ ରେଭେନ୍ଶା ନାମ ପରିବର୍ତ୍ତନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ଭାବେ ନିଜସ୍ୱ ଓ ଏହା ଦଳର ଆଭିମୁଖ୍ୟ ନୁହେଁ। କିନ୍ତୁ ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳ ସମେତ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିରୋଧାଭାସ ପ୍ରକାଶ ପାଇବାରେ ଲାଗିଛି। ଗତ କିଛି ବର୍ଷ ହେବ ରେଭେନ୍ଶା ବିଶ୍ୱବିଦ୍ୟାଳୟ ଠିକଠାକ ଚାଲିଥିବା ବେଳେ ନାମ ପରିବର୍ତନ ପ୍ରସଙ୍ଗକୁ ନେଇ ପରିବେଶ ଓ ପରିସ୍ଥିତି ଅଶାନ୍ତ ହେବାରେ ଲାଗିଛି। ଖୁବ ଶୀଘ୍ର ସମସ୍ୟାର ସମାଧାନ ନ ହେଲେ, ରେଭେନ୍ସା ପରିସ୍ଥିତି ଅଧିକ ଅଶାନ୍ତ ହୋଇପଡିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories