www.samajalive.in
Monday, December 8, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ବଜାରରେ ମିଳୁଛି ବ୍ଲାକ୍‌ କୋବ୍ରା ମୋମୋ..

ନୂଆଦିଲ୍ଲୀ : ବଦଳୁଥିବା ସମୟ ସହ ମୋମୋ ଅନେକ ଲୋକଙ୍କ ପ୍ରିୟ ଖାଦ୍ୟ ତାଲିକାରେ ଯୋଡି ହୋଇ ସାରିଛି । ବିଭିନ୍ନ ଉପାୟରେ ଏହାକୁ ପ୍ରସ୍ତୁତ କରି ଲୋକେ ମୋମୋ ଖାଇବାକୁ ପସନ୍ଦ କରୁଛନ୍ତି । ବଜାରରେ ମଧ୍ୟ ଏହା ଭିନ୍ନ ଭିନ୍ନ ଶୈଳୀରେ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଏବେ ବଜାରରେ ତନ୍ଦୁରୀ ମୋମୋ ସହ ଗ୍ରେଭି ମୋମୋ ମଧ୍ୟ ମିଳୁଛି । ଏହା ମଧ୍ୟରେ ବଜାରରେ ଏକ ନୂଆ ପ୍ରକାର ମୋମୋ ଭାଇରାଲ ହେଉଛି । ଯାହାର ନାଁ ଶୁଣିଲେ ହିଁ ଆଶ୍ଚର୍ଯ୍ୟ ହୋଇଯିବେ। ଏହାର ନାମ ବ୍ଲାକ କୋବ୍ରା ମୋମୋ। ଏହା ଚଟପଟା ସହ ଠିକ୍‌ ବ୍ଲାକ୍‌ କୋବ୍ରା ଭଳି ଦେଖାଯାଉଛି ବୋଲି ଲୋକେ କହିଛନ୍ତି ।

ସେପ୍ଟେମ୍ବର ୨ରେ ଦୁର୍ଲ୍ଲଭ ଯୋଗ ; ଜାଣନ୍ତୁ କେଉଁ ୫ ରାଶି ହେବେ ଭାଗ୍ୟଶାଳୀ..

- Advertisement -


ନିକଟରେ ସୋସିଆଲ ମିଡିଆରେ ଏହାର ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଭିଡିଓରେ ଆପଣ ଦେଖିପାରିବେ, ସର୍ବ ପ୍ରଥମେ ଜଣେ ବ୍ୟକ୍ତି ଏକ ଦୋକାନରେ ଗ୍ୟାସରେ ବଡ କଡେଇ ରଖିଛନ୍ତି । ବ୍ୟକ୍ତି ଜଣକ ମୋମୋକୁ ଏହି କଡେଇରେ ପକାଉଛନ୍ତି । ଏହାପରେ ବିଭିନ୍ନ ପ୍ରକାର ମସଲା ପକାଉଛନ୍ତି । ଏହାକୁ ଭଲ ଭାବେ ମିଶ୍ରଣ କରୁଛନ୍ତି । ଧିରେ ଧିରେ ମୋମୋର ରଙ୍ଗ ବଦଳି କଳା ରଙ୍ଗର ଗ୍ରେଭି ହୋଇ ଯାଉଛି । ଏହାପରେ ଦୋକାନୀ ଜଣକ ଏକ ପ୍ଲେଟକୁ ମୋମୋକୁ କାଢି କିଛି ପନିପରିବା ସହ ସଜାଇ ଦେଉଛନ୍ତି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।ଏହା ଜୟପୁରରେ ବୋଲି ଜଣାପଡିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories