www.samajalive.in
Monday, December 15, 2025
24.1 C
Bhubaneswar

ନକଲି ଭୋଟର କାର୍ଡରେ ଜମି କିଣାବିକା, ୭ ଜଣଙ୍କ ନାଁରେ ଏତଲା

ଗୋପାଳପୁର : କନିଷି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜାଲ୍ ଭୋଟର ପରିଚୟପତ୍ରରେ ଜମି ରେଜିଷ୍ଟ୍ରେସନ କରିବା ମାମଲାରେ ତତ୍କାଳୀନ କନିଷି ତହସିଲଦାରଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଦଲିଲ ଲେଖାଳି ସମେତ ୭ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ କନିଷି ତହସିଲ ଅନ୍ତର୍ଗତ ଦୁମଦୁମି ରାଜସ୍ବ ନୀରିକ୍ଷକଙ୍କ ଅଧିନରେ ଥିବା ଖାତା ନଂ ୨୪୯ ଓ ୨୫୨ର ପ୍ରାୟ ୧.୯୪୨୦ ଏକର ଓ ୧.୯୪୦୦ ଏକର ଜମିକୁ କନିଷି ସବ ରେଜିଷ୍ଟ୍ରାର ଅଫିସରେ ଜାଲ ଭୋଟର କାର୍ଡରେ କିଣିବିକା କରାଯାଇଥିଲା। ଏଥିରେ ରିଙ୍କୁ ନାହାକଙ୍କ ସମେତ ପି ପ୍ରଭାକର ରାଓ, ଅନିଲ ପାଢ଼ୀ, ପରମେଶ୍ବର, ରଞ୍ଜନ ପ୍ରାଧାନ୍, ସୁରେଶ ଦଳାଇ ସମେତ ଦଲିଲ ଲେଖାଳି ପିଣ୍ଟୁ ପାତ୍ର ପ୍ରମୁଖ ସାମିଲ ଥିବା ନେଇ ପୂର୍ବତନ ତହସିଲଦାର ପ୍ରଳୟାନନ୍ଦ ଶତପଥୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ଶତପଥିଙ୍କ ପକ୍ଷରୁ ଭୋଟର ପରିଚୟପତ୍ର ଯାଞ୍ଚ ସମୟରେ ତାହା ଜାଲ ବୋଲି ଜଣାପଡିବା ପରେ କିଣାବିକା ଦଲିଲକୁ ମଧ୍ୟ ନାକଚ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୪୧/୨୪ ରେ ଏକ ମାମଲା ରୁଜୁ ତଦନ୍ତ କରାଯାଉଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories