Patra electronics

ଗୁରୁ ଗ୍ରହ କରିବେ ଓଲଟା ଚଳନ; ୩ ରାଶିଙ୍କ ବଦଳିଯିବ ଭାଗ୍ୟ, କରିବେ ଧନ ବୃଦ୍ଧି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ଗ୍ରହଙ୍କ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଗୁରୁ ଗ୍ରହ ସୁଖ-ସୌଭାଗ୍ୟ, ଜ୍ଞାନ, ଯଶ ପ୍ରଦାନ କରି ଥାଆନ୍ତି । ଜାତକରେ ଗୁରୁ ଗ୍ରହ ଶୁଭ ସ୍ଥାନରେ ରହିଲେ ଯଶ ପ୍ରାପ୍ତି ହୋଇଥାଏ । ଜ୍ଞାନ ପ୍ରାପ୍ତି ସହ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ମାନ-ସମ୍ମାନ ମଧ୍ୟ ପ୍ରାପ୍ତି ହୋଇଥାଏ । ଗୁରୁ ଗ୍ରହ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରି ଥାଆନ୍ତି । ବର୍ତ୍ତମାନ ଗୁରୁ ଗ୍ରହ ବୃଷ ରାଶିରେ ରହିଛନ୍ତି । ୧୨ ବର୍ଷ ପରେ ଗୁରୁ ବୃଷ ରାଶିରେ ସିଧା ଚଳନ କରିଛନ୍ତି । ୯ ଅକ୍ଟୋବର ୨୦୨୪ରେ ଗୁରୁ ବୃଷ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି । ୨୦୨୫ ଫେବୃଆରୀ ୪ ପର୍ଯ୍ୟନ୍ତ ଓଲଟା ଚଳନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ ମାତ୍ର ୩ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହେବ ।

ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ।ଭାଗ୍ୟର ସାଥ୍‌ ମିଳିବ । ଧନ ଲାଭ ହେବ । ନୂଆ ସ୍ରୋତରୁ ଟଙ୍କା ଆସିବ । ମାନ-ସମ୍ମାନ ବୃଦ୍ଧି ହେବ । କାମ ପାଇଁ ପ୍ରଂଶସା ମିଳିବ । ଘରେ ସୁଖଶାନ୍ତି ବୃଦ୍ଧି ହେବ । କରଜ ଟଙ୍କା ଫେରସ୍ତ ପାଇବେ।

ଚିନି ସେବନ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ?

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଲାଭ ମିଳିବ । ଭାଗ୍ୟର ସାଥ୍‌ ମିଳିବ । ବିବାଦରୁ ମୁକ୍ତି ମିଳିବ । ଇଚ୍ଛା ପୂରଣ ହେବ । ଆୟରେ ବୃଦ୍ଧି ହେବ।

ବିଛା – ଜୀବନରେ ସୁଖଶାନ୍ତି ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ମାନ ସମ୍ମାନ ବୃଦ୍ଧି ସହ ବ୍ୟବସାୟୀ ଲାଭବାନ୍‌ ହେବେ । ଦୀର୍ଘ ଦିନରୁ ଅଟକି ଥିବା କାମରେ ସଫଳତା ମିଳିବ।

Comments are closed.