www.samajalive.in
Sunday, December 7, 2025
23.1 C
Bhubaneswar

ଚିନି ସେବନ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ?

ଚିନି ପ୍ରତ୍ୟେକଙ୍କ ରୋଷେଇ ଘରେ ଉପଲବ୍ଧ। ବିଶେଷ କରି ଚା’ ପ୍ରସ୍ତୁତ କରିବା ସମୟରେ ଚିନିର ବ୍ୟବହାର ନିଶ୍ଚୟ କରାଯାଏ । ମାତ୍ର ଆପଣ ଜାଣନ୍ତି କି ଅଧିକ ମାତ୍ରାରେ ଚିନିର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ । ନିଜ ଡାଏଟରେ ଚିନିକୁ କମ୍‌ ମାତ୍ରାରେ ସାମିଲ୍‌ କରନ୍ତୁ । ଜୀବନଶୈଳୀରେ ପରିବର୍ତ୍ତନ କରି ଖାଦ୍ୟରେ ଚିନିକୁ କମ୍‌ ମାତ୍ରାରେ ସେବନ କରିବା ଦ୍ୱାରା ଅନେକ ରୋଗ ଠାରୁ ଶରୀରକୁ ଦୂରେଇ ରଖି ପାରିବେ । ଜାଣନ୍ତୁ କାହିଁକି ଚିନି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ..

ଚିନି ପ୍ରାକୃତିକ ରୂପରେ ମିଳୁଥିବା କାବ୍ରୋହାଇଡ୍ରେଟ । ଏହା ମୁଖ୍ୟତଃ ଆଖୁରୁ ମିଳିଥାଏ । ଚିନି ଶରୀରକୁ ଶକ୍ତି ପ୍ରଦାନ କରିବା ପାଇଁ ଆବଶ୍ୟକ । ମାତ୍ର ଆବଶ୍ୟକ ମାତ୍ରା ଠାରୁ ଚିନି ଅଧିକ ପରିମାଣରେ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ।

- Advertisement -

ମୋଟାପଣ – ଅଧିକ ମାତ୍ରାରେ ଚିନି ସେବନ ମୋଟାପଣ ବୃଦ୍ଧିର ପ୍ରମୁଖ କାରଣ । ଚିନିରେ କ୍ୟାଲୋରୀର ମାତ୍ରା ଅଧିକ ଥାଏ । ଏହାଦ୍ୱାରା ଓଜନ ବୃଦ୍ଧି ହୋଇଥାଏ।

ମଧୁମେହ- ଅଧିକ ମାତ୍ରାରେ ଚିନି ସେବନ କରିବା ଦ୍ୱାରା ମଧୁମେହ ହେବାର ସମ୍ଭାବନା ଅଧିକ ବଢି ଯାଇଥାଏ । ଚିନି ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ।

୨୪ ଅଗଷ୍ଟରେ ଏକାଠି ହେବେ ଶୁକ୍ର-କେତୁ ; ଏହି ରାଶି ହେବେ ଭାଗ୍ୟଶାଳୀ..

ହୃଦୟ ଜନିତ ସମସ୍ୟା – ଅଧିକ ମାତ୍ରାରେ ଚିନି ସେବନ କରିବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଚିନି ଖରାପ କୋଲେଷ୍ଟେରୋଲକୁ ବୃଦ୍ଧି କରିଥାଏ । ରକ୍ତଚାପ ମଧ୍ୟ ବୃଦ୍ଧି କରିଥାଏ । ଯାହା ହୃଦୟ ପାଇଁ କ୍ଷତିକାରକ।

ଦାନ୍ତ ସମସ୍ୟା – ଅଧିକ ଚିନିର ସେବନ ଦ୍ୱାରା ଦାନ୍ତ ଜନିତ ସମସ୍ୟା ସୃଷ୍ଟି କରିଥାଏ । ଚିନି ପାଟି ଓ ଦାନ୍ତରେ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ । ଫଳରେ ଦାନ୍ତରେ ଦାଗ ଓ ମାଢି ଜନିତ ରୋଗର କାରଣ ପାଲଟିଥାଏ ।

ଦେଖନ୍ତୁ ଭିଡିଓ ; ଚୀନ ଆକାଶରେ ୭ଟି ସୂର୍ଯ୍ୟ..

ଅଧିକ ଚିନି ସେବନ କରିବା ଦ୍ୱାରା ଥକ୍କାପଣ ଅନୁଭବ ହୋଇଥାଏ।

ମୋବାଇଲର ବ୍ୟବହାର କ’ଣ? ପିଲାଟି ଲେଖିଲା ପ୍ରଶ୍ନର ଏମିତି ଉତ୍ତର, ଥରେ ନୁହେଁ ବାରମ୍ବାର ପଢିବେ..

ତ୍ୱଚା ସମସ୍ୟା – ଅଧିକ ଚିନିର ସେବନ କରିବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ମୁହଁରେ ବ୍ରଣ ସହ କୁଞ୍ଚନ ର କାରଣ ପାଲଟିଥାଏ ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories