www.samajalive.in
Monday, December 15, 2025
16.1 C
Bhubaneswar

ବାଙ୍କୀ ଅଞ୍ଚଳରେ ମାତିଛନ୍ତି ବଡ଼ମ୍ବା ଅଞ୍ଚଳର ଛିନତାଇ ଲୁଟେରା ଗ୍ୟାଙ୍ଗ

କଳାପଥର(ବାଙ୍କୀ ),:ପଶ୍ଚିମ ବାଙ୍କୀ ଅଞ୍ଚଳରେ ମାତିଛନ୍ତି ବଡ଼ମ୍ବା ଅଞ୍ଚଳର ଛିନତାଇ ଲୁଟେରା ଗ୍ୟାଙ୍ଗ।ମୋବାଇଲରେ ଫଟୋ ଦେଖାଇ ପୁରୁଣା ପଲସର ବାଇକ ବିକ୍ରି କରିବା ବାହାନା କରି ୩୫ ହଜାର ଟଙ୍କା ଲୁଟ ପରେ ଚମ୍ପଟ ମାରିଥିଲେ ଲୁଟେରା। ଲୁଟେରାଙ୍କ ଲୁଟର ଶିକାର ହୋଇଛନ୍ତି  କନ୍ଧମାଳ ଅଞ୍ଚଳ ଗୋଚ୍ଛାପଡାର ସପନ କୁମାର ମନ୍ତ୍ରୀ।  ସପନ  ଓ ତାଙ୍କ ପରିବାର ସେମାନଙ୍କଠାରୁ ପୁରୁଣା ପଲସର ବାଇକ ବିକ୍ରି ବାହାନାରେ ୩୫ହଜାର ଟଙ୍କା ଲୁଟ ହୋଇଥିବା ନେଇ କଟକ ଜିଲା ବାଙ୍କୀ ବୈଦେଶ୍ଵର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବୈଦେଶ୍ଵର ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ବୈଦେଶ୍ଵର ଥାନା ପୁଲିସ ଚଢ଼ାଉ କରିଥିଲା। ଏହାପରେ ଟଙ୍କା ଲୁଟ ପରେ ଚମ୍ପଟ ମାରିଥିବା ଲୁଟେରାଙ୍କୁ ବଡମ୍ବା ଥାନା ଅନ୍ତର୍ଗତ ଗୋପୀନାଥପୁର ସତକୁଡ଼ିଆ ଗାଁରୁ ବୈଦେଶ୍ଵର ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା ଏବଂ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା।  ବୈଦେଶ୍ଵର ଥାନା ପୁଲିସ୧୩୮ /୨୪ ରେ ମାମଲା ରୁଜୁ ପରେ  ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଲୁଟ ପାଇଁ ବ୍ୟବହାର କରିଥିବା ପୁରୁଣା ଏକ କଳା ପଲସର ବାଇକକୁ ମଧ୍ୟ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ସୂଚନା ଦେଇଛନ୍ତି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories