www.samajalive.in
Monday, December 15, 2025
15.1 C
Bhubaneswar

ଔଷଧିୟ ବୃକ୍ଷ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଏସ୍‌ଏଫ୍‌ ସହ ହାତ ମିଳାଇଛି ଡାବର

ଭୁବନେଶ୍ୱର : ଭାରତର ସର୍ବବୃହତ୍‌ ବିଜ୍ଞାନ-ଆଧାରିତ ଆୟୁର୍ବେଦ ସଂସ୍ଥା ଡାବର ଇଣ୍ଡିଆ ଲିମିଟେଡ ଏକ ପରିବର୍ତନଶୀଳ ବୃକ୍ଷରୋପଣ ପ୍ରକଳ୍ପ ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) ସହିତ ହାତ ମିଳାଇଛି । ଏହି ସହଭାଗିତାର ଲକ୍ଷ୍ୟ ହେଉଛି ପରିବେଶର ପୁନରୁଦ୍ଧାର ଓ ଜୈବବିବିଧ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା । ଏହି ପଦକ୍ଷେପ ଅଧିନରେ ଗୁଜରାଟ, ରାଜସ୍ଥାନ, ଓଡିଶା, ଛତିଶଗଡ, ହରିଆନା, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ୭ଟି ରାଜ୍ୟର ୯ଟି ବିଏସ୍‌ଏଫ୍‌ କ୍ୟାମ୍ପସରେ ପ୍ରାୟ ୧.୨ ଲକ୍ଷ ଔଷଧିୟ ବୃକ୍ଷ ଓ ଚେରମୂଳି ରୋପଣ କରାଯିବ । ଏହି ଅଭିଯାନକୁ ଉତରପ୍ରଦେଶର ଗ୍ରେଟର ନୋଏଡାର ନଲେଜ ପାର୍କ-ଭି ସ୍ଥିତ ବିଏସ୍‌ଏଫ୍‌ ମୁଖ୍ୟାଳୟର ୩୬ ବବାଟାଲିୟନରେ କମାଣ୍ଡାଂଟ ଦେସ୍‌ ରାଜ ଓ ଡାବର ଇଣ୍ଡିଆ ଲିମିଟେଡର ଅପରେଶନ୍ସ ବିଭାଗର ଆନ୍ତର୍ଜାତୀୟ ମୁଖ୍ୟ ଏବଂ ମୁଖ୍ୟ ସ୍ଥାୟିତ୍ୱ ଅଧିକାରୀ ରାହୁଲ ଅୱସ୍ଥି ଉଦ୍‌ଘାଟନ କରିଥିଲେ ।
ଏହି ଅବସରରେ ଡାବର ଇଣ୍ଡିଆର ମୁଖ୍ୟ ସ୍ଥାୟିତ୍ୱ ଅଧିକାରୀ ରାହୁଲ ଅୱସ୍ଥି କହିଛନ୍ତି, “ ଆୟୁର୍ବେଦ-ଆଧାରିତ ଉତ୍ପାଦଗୁଡିକର ଦେଶର ଅଗ୍ରଣୀ ନିର୍ମାତା ଭାବେ ଡାବର ଦେଶର ବିସ୍ତୃତ ଔଷଧିୟ ବୃକ୍ଷ ସମ୍ପତିକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ପାଇଁ ଅନେକ ପଦକ୍ଷେପକୁ କାର୍ଯ୍ୟକାରୀ କରିଛି । ଏହି ପଦକ୍ଷେପ ମାଧ୍ୟମରେ ଆମେ ଆମ ଦେଶର ସବୁଜିମାକୁ ବୃଦ୍ଧି କରିବା ଦିଗରେ ଯୋଗଦାନ ଦେବା ସହିତ ଆମ ସମୁଦାୟଗୁଡିକ ମଧ୍ୟରେ ପରିବେଶୀଦ ରକ୍ଷଣାବେକ୍ଷଣର ଏକ ସଂସ୍କୃତି ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଆଜି ଲଗାଯାଇଥିବା ପ୍ରତ୍ୟେକ ଗଛ ପୃଥିବୀ ପ୍ରତି ଆମର ସାମୂହିକ ଦାୟିତ୍ୱ ଏବଂ ଏକ ସୁସ୍ଥ ଓ ଅଧିକ ସ୍ଥାୟୀ ଭବିଷ୍ୟତ ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚିତ କରୁଛି ।”
ବିଏସ୍‌ଏଫ୍‌ କମାଣ୍ଡାଂଟ ଦେସ୍‌ ରାଜ ବିଭିନ୍ନ କ୍ୟାମ୍ପସରେ ଏଭଳି ବୃକ୍ଷ ପ୍ରଜାତିଗୁଡିକୁ ସୁରକ୍ଷିତ ରଖିବା ଓ ପ୍ରତିପୋଷଣ କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ବ୍ୟକ୍ତ କରି କହିଛନ୍ତି, “ଏହି ସହଭାଗିତା ପାଇଁ ଆମେ ଡାବରକୁ ସ୍ୱାଗତ କରୁଛୁ ଏବଂ ଅଧିକ କ୍ୟାମ୍ପସରେ ଏହି ବୃକ୍ଷରୋପଣ ପ୍ରୟାସକୁ ବିସ୍ତାର କରିବା ପାଇଁ ଅପେକ୍ଷା କରିଛୁ ।” ଡାବର ଇଣ୍ଡିଆ ଲିମିଟେଡ ବାୟୋ ରିସୋର୍ସେସ ଡେଭ୍‌ଲପମେଂଟ୍‌ ମୁଖ୍ୟ ଡଃ ପଙ୍କଜ ପ୍ରସାତ ରତୁରି କହିଛନ୍ତି, “ଭାରତରେ ବୃକ୍ଷରୋପଣ ଅଭିଯାନକୁ ପ୍ରୋତ୍ସାହିତ କରିବା ଦିଗରେ ଡାବରର ପ୍ରତିବଦ୍ଧତା ଔଷଧିୟ ବୃକ୍ଷଗୁଡିକର ଚାଷ ଅଧିନରେ ଦେଶବ୍ୟାପୀ ୧୦,୦୦୦ ଏକରରୁ ଅଧିକ ଜମି କ୍ରୟ କରିଛି । ଏହାକୁ ଆଗକୁ ବଢାଇ ଆମେ ଚଳିତ ବର୍ଷ ୧ ଲକ୍ଷରୁ ଅଧିକ ଔଷଧିୟ ବୃକ୍ଷ ପ୍ରଜାତିଗୁଡିକର ରୋପଣ କରି ଏହି କାରଣକୁ ଆଗକୁ ବଢାଇବା କ୍ଷେତ୍ରରେ ଏବେ ବିଏସ୍‌ଏଫ୍‌ ସହ ହାତ ମିଳାଇଛୁ । ଏହି ଅଭିଯାନ ସବୁଜ କ୍ଷେତ୍ରକୁ ବହୁମାତ୍ରାରେ ବୃଦ୍ଧି କରିବ, ବାୟୁ ଗୁଣବତାକୁ ଉନ୍ନତ କରିବା ଓ ସ୍ଥାନୀୟ ଜୈବବିବିଧତାରେ ସହଯୋଗ କରିବ । ଡାବର ନିର୍ଦ୍ଧିଷ୍ଟ ସ୍ୱଦେଶୀ ବୃକ୍ଷ ପ୍ରଜାତିଗୁଡିକର ତଳି ଓ ଚାରା ଯୋଗାଣ କରିବ, ବୈଷୟିକ ସହଯୋଗ, ତାଲିମ, ବୃକ୍ଷରୋପଣ ଟେକ୍ନୋଲୋଜି ଓ ଜଙ୍ଗଲୀ ଗଛ ଚାଷ ଅଭ୍ୟାସ ପ୍ରଦାନ କରିବ ।”
ଶ୍ରୀଯୁକ୍ତ ଅୱସ୍ଥି କହିଛନ୍ତି, “ଏହି ବୃକ୍ଷରୋପଣ ଥଭିଯାନ ସ୍ଥାନୀୟ ସମୁଦ୍ର ଓ ପରିବେଶୀୟ ସଂଗଠନଗୁଡିକୁ ଅନ୍ତର୍ଭୁକ୍ତ କରିବ, ଯାହା ବ୍ୟାପକ ଅଂଶଗ୍ରହଣକୁ ତ୍ୱରାନ୍ୱିତ କରିବ ଏବଂ ପରିବେଶ ସଂରକ୍ଷଣ ସମ୍ପର୍କରେ ସଚେତନତା ବୃଦ୍ଧି କରିବ । ଏହି ସହଭାଗିତା ଜଳବାୟୁ ସମ୍ପର୍କିତ କାର୍ଯ୍ୟ ଓ ପରିବେଶ ସନ୍ତୁଳନ ବୃଦ୍ଧି କରିବା କ୍ଷେତ୍ରରେ ଯୋଗଦାନ ଦେଉଥିବା ପରିବେଶୀୟ ପଦକ୍ଷେପ ଉପରେ ମିଳିତ ଭାବେ କାର୍ଯ୍ୟରତ କର୍ପୋରେଟ ଓ ସୁରକ୍ଷାବଳଗୁଡିକ ପାଇଁ ଏକ ନୂଆ ମାନକ ସ୍ଥିର କରିବାକୁ ଲକ୍ଷ୍ୟ ରଖିଛି ।”

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories