www.samajalive.in
Sunday, December 14, 2025
23.1 C
Bhubaneswar

ଉଦଯାପିତ ହେଲା ଜିଲା ସ୍ତରୀୟ ବିଦ୍ୟାଳୟ ସମୁହ ଖୋଖୋ, କବାଡି ଓ ଫୁଟବଲ୍ ପ୍ରତିଯୋଗିତା

ରେଙ୍ଗାଲି: ରେଙ୍ଗାଲି ସ୍ଥିତ ନୂଆରମ୍ପେଲା ଉଚ୍ଚ ବିଦ୍ୟାଳୟ ଖେଳ ପଡିିରେ ଚାଲିଥିବା ଜିଲା ସ୍ତରୀୟ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ସମ୍ବଲପୁର ଜିଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲା ଶିଷାଅଧିକାରୀ ଡ ମୂରଲୀ ଧର ବେହେରା ସମ୍ବଲପୁର ଜିଲା ଶାରୀରିକ ଶିକ୍ଷା ଅଧିକାରୀ ସୁଜାତା ପଟ୍ଟନାୟକ, ନୂଆରମ୍ପେଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଝରଣା ବେହେରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ମହେନ୍ଦ୍ର ବାଗ ମଞ୍ଚାସିନ ଥିଲେ।
ବଳରଙ୍ଗଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦିପାଳି ଚୌଧୁରୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ବିଭିନ୍ନ ବ୍ଲକ ର କୃତି ପ୍ରତିଯୋଗୀ ଓ ଦଳଗତ ଚମ୍ପିଆନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା।ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତାର ୧୭ ବର୍ଷ ରୁ କମ୍  ଫୁଟବଲ ଓ କବାଡି ଖେଳ ର ବାଳକ ବିଭାଗ  ଓ ବାଳିକା ବିଭାଗ ରେ  ଧନକଉଡା ବ୍ଲକ ଚମ୍ପିଆନ ହୋଇଥିବା ବେଳେ  ୧୪ ବର୍ଷ ରୁ କମ୍ ବାଳକ କବାଡି ରେ ବାମରା ବାଳିକା ବିଭାଗ ରେ ଜମନକିରା। ୧୪ ବର୍ଷ ରୁ କମ୍ ବାଳକ ଏବଂ ଖୋ ଖୋ ରେ ଜମନକିରା ଚମ୍ପିଆନ ହୋଇ ଥିବା ବେଳେ ୧୭ବର୍ଷ ରୁ କମ୍ ବାଳକ ଓ ବାଳିକା ଖୋଖୋ ରେ ମଧ୍ଯ ଜମନକିରା ବ୍ଲକ ଚମ୍ପିଆନ ହୋଇଛି

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories