www.samajalive.in
Sunday, December 7, 2025
26.1 C
Bhubaneswar

ଓଏସଆରଟିସି ସିଏଓ ଗିରଫ: କେରଳରେ ବି ରହିଛି ଦୁଇ ମହଲା କୋଠା

ଭୁବନେଶ୍ବର : ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ଗିରଫ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଶୁକ୍ରବାର  ଶ୍ରୀ ମଙ୍ଗରାଜଙ୍କ ବାସଭବନ, କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘର ସମେତ ଏକସଙ୍ଗେ ୭ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ଶ୍ରୀ ମଙ୍ଗରାଜଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ୍‌ ହୋଇଥିଲେ।  ଏକାଧିକ କୋଠା ସାଙ୍ଗକୁ, ବିପୁଳ ବ୍ୟାଙ୍କ ଜମା ଓ ବୀମା ସାଙ୍ଗକୁ ବହୁ ସୁନା ଅଳଙ୍କାର ଭିଜିଲାନ୍ସ ଠାବ କରିଛି। ଭୁବନେଶ୍ବର, ବାରିପଦାରେ ଏକାଧିକ ଘର ଓ ଫ୍ଲାଟ୍‌ ସହ ଶ୍ରୀ ମଙ୍ଗରାଜଙ୍କ କେରଳରେ ଥିବା ଏକ ଘରକୁ ତଦନ୍ତକାରୀ ଦଳ ଠାବ କରିବାରେ ସକ୍ଷମ ହୋଇଛି। ଏହି ଚଢ଼ଉରେ ଭିଜିଲାନ୍ସ ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀ ମଙ୍ଗରାଜଙ୍କ ଭୁବନେଶ୍ବର ନନ୍ଦନକାନନ ରାସ୍ତାରେ ଥିବା ଦାମୀ ଆପାର୍ଟମେଣ୍ଟ ଜେଡ୍‌ ୱାନ (ଜେଡ୍‌-୧) ଇଷ୍ଟେଟରେ ଏକ ଫ୍ଲାଟ୍, ରସୁଲଗଡ଼ସ୍ଥିତ ପଳାଶୁଣି ନ୍ୟୁ କଲୋନୀରେ ୨ଟି ଦୁଇ ମହଲା କୋଠା, ବାରିପଦା ଷ୍ଟେସନରୋଡ୍ ଢିପସାହିରେ ଗୋଟିଏ ଘର, ଭୁବନେଶ୍ବର ପାଣ୍ଡରା ମୌଜାରେ ୨ଟି ଦାମୀ ପ୍ଲଟ୍‌, ବିଭିନ୍ନ ବ୍ୟାଙ୍କରେ ଥିବା ୧ କୋଟି ୪୦ ଲକ୍ଷ ୧୨ ହଜାର ୧୯୩ ଟଙ୍କା, ୨ଟି କାର୍‌ ଓ ୫୦୦ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ଠାବ କରିଛି। ଏଥିସହ ବୀମା ଜମା ସମେତ ରାଜ୍ୟ ବାହାରେ ଥିବା ପ୍ଲଟ୍‌ ଓ କୋଠା ସଂକ୍ରାନ୍ତରେ ଭିଜିଲାନ୍ସ ତଦନ୍ତ ଜାରି ରଖିଛି। ଏସବୁ ସ୍ଥାନ ସମେତ ଭିଜିଲାନ୍ସ ଭୁବନେଶ୍ବର ଓଏସ୍‌ଆରଟିସି କାର୍ଯ୍ୟାଳୟ, ଖାରବେଳ ଭବନରେ ଥିବା କାର୍ଯ୍ୟାଳୟ ଏବଂ ଇଡ୍‌କୋ ଟାୱାରରେ ଥିବା କାର୍ଯ୍ୟାଳୟରେ ଚଢ଼ଉ କରିଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories