www.samajalive.in
Sunday, December 7, 2025
16.1 C
Bhubaneswar

ଖୁବ୍ ଶୀଘ୍ର କମିବ ଆଳୁ, ପିଆଜ ଦର

ଭୁବନେଶ୍ୱର : ଖୁବଶୀଘ୍ର ଆଳୁ ଓ ପିଆଜ ମୂଲ୍ୟ ଖସିବ। କଲକାତାରୁ ୧୦୦୦ଟ୍ରକ ଆଳୁ ଆସି ଓଡ଼ିଶାରେ ପହଞ୍ଚିଛି। ଦୁଇଦିନ ମଧ୍ୟରେ ଉତ୍ତରପ୍ରଦେଶରୁ ୨ଟି ଟ୍ରେନରେ ଆଳୁ ଆସି ପହଞ୍ଚିବ। ପିଆଜ ବି ସରକାର ନାଫେଡ ମାଧ୍ୟମରେ କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନାଫେଡରେ ୨ଲକ୍ଷ ମେଟ୍ରିକ ଟନ ପିଆଜ ମହଜୁଦ ରହିଛି। ନାଫେଡ ଦୈନିକ ୨ ଟ୍ରକ ପିଆଜ ରାଜ୍ୟକୁ ଯୋଗାଇ ଦେବାକୁ ସମ୍ମତି ଜଣାଇଛି। ଆଳୁ ପରି ପିଆଜ ଦର ବି କମିଯିବ। ଆଳୁ, ପିଆଜକୁ ନେଇ ଖାଉଟି ଚିନ୍ତାପ୍ରକଟ ନ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଅପରପକ୍ଷରେ ଆଳୁ କିଲୋ ପିଛା ମୂଲ୍ୟ ୨୦ ଟଙ୍କାକୁ ଖସିଥିବା ଜଣାପଡିଛି। ରାଜ୍ୟ ସରକାର ବିଭିନ୍ନ ସବଡିଭିଜନରେ ୫୮ଟି ଶୀତଳଭଣ୍ଡାର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖୁବଶୀଘ୍ର ଶୀତଳଭଣ୍ଡାର ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ। ଶୀତଳଭଣ୍ଡାର ହେଲେ କୃଷକଙ୍କୁ ଆଳୁ ଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ସେମାନଙ୍କ ଉତ୍ପାଦିତ ଆଳୁକୁ ଶୀତଳଭଣ୍ଡାରରେ ସଂରକ୍ଷିତ ରଖାଯିବ। ଶୀତଳଭଣ୍ଡାର ହେବା ପରେ ଆସନ୍ତାବର୍ଷରୁ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ କରାଯିବନି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। କେବଳ ସେତିକି ନୁହେଁ, ଅନ୍ୟ ପରିବା ଚାଷକୁ ମଧ୍ୟ ପ୍ରୋତ୍ସାହନ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟରେ ପରୀକ୍ଷାମୂଳକ ଭାବେ ଭୁବନେଶ୍ବରରେ ରେସନକାର୍ଡଧାରୀଙ୍କୁ ସହଜରେ ଚାଉଳ ଯୋଗାଇ ଦେବା ପାଇଁ ଚାଉଳ ଏଟିଏମ ସ୍ଥାପନ କରାଯାଇଛି। ପର୍ଯ୍ୟାୟକ୍ରମେ ସବୁ ଜିଲାରେ ଚାଉଳ ଏଟିଏମ ଖୋଲିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଫୁଡ୍ ସବସିଡି( ଖାଦ୍ୟ ରିଆତି) ବାବଦରେ ରାଜ୍ୟର ବକେୟା ଅର୍ଥରୁ କେନ୍ଦ୍ର ସରକାର ୨୫୦୦କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇବା ପରେ ବକେୟା ଅର୍ଥରୁ ୨୫୦୦କୋଟି ଟଙ୍କା ମିଳିଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଫୁଡ୍ ସବସିଡି ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ୨୦୧୪ ରୁ ୨୦୨୪ ମଧ୍ୟରେ ରାଜ୍ୟର ୯୫୬୪କୋଟି ଟଙ୍କା ବକେୟା ରହିଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାରେ ରାଜ୍ୟରେ ବିନିଯୋଗ ହୋଇଥିବା ଚାଉଳ ବାବଦରେ କେନ୍ଦ୍ର ସରକାର ସବସିଡି ଆକାରରେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ୨୦୨୩-୨୪ ଖରିଫ ଋତୁରେ ୧୩.୩୬ଲକ୍ଷ ଚାଷୀଙ୍କଠାରୁ ୫୮.୦୩ଲକ୍ଷ ମେଟ୍ରିକ ଟନ୍ ଧାନ, ରବି ଋତୁରେ ୧.୯୬ଲକ୍ଷ ଚାଷୀଙ୍କଠାରୁ ୧୨.୮୫ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ କରାଯାଇଥିଲା। ଗତ ଖରିଫ ଓ ରବି ଋତୁରେ ସଂଗୃହୀତ ଧାନର ମୂଲ୍ୟ ବାବଦରେ ମୋଟ ୧୫,୪୭୫କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି। ୨୦୨୩-୨୪ରେ ଚାଉଳ ବାବଦକୁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ୫୮୭୧କୋଟି ଟଙ୍କା ପୈଠ କରିଛନ୍ତି। ଏଫସିଆଇ ୧୪,୬୦,୫୮୯ ମେଟ୍ରିକ ଟନ୍ ଚାଉଳ ନେଇସାରିଛି। ୧୦,୬୯,୯୮୬ ମେଟ୍ରିକ ଟନ୍ ଚାଉଳ ନେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ବିଧାନସଭାରେ ବିଧାୟକ ପ୍ରଦୀପ କୁମାର ଦିଶାରୀ ଓ ଗୌତମବୁଦ୍ଧ ଦାସଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories