www.samajalive.in
Sunday, December 7, 2025
14.1 C
Bhubaneswar

ଆସିଲା Moto G45: ୧୧ ହଜାରରେ ମିଳିବ ୪୦ ହଜାର ଟଙ୍କିଆ ଫୋନ୍‌ର ଡିଜାଇନ୍, ଦମ୍‌ଦାର କ୍ୟାମେରା

ସମାଜ ଡିଜିଟାଲ ଡେସ୍କ: ଆସିଯାଇଛି ମୋଟୋରୋଲାର ନୂଆ ସ୍ମାର୍ଟଫୋନ୍‌। ଯଦି ଆପଣ ମଧ୍ୟ କମ୍‌ ବଜେଟ୍‌ରେ ଦମ୍‌ଦାର ଫୋନ୍‌ ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ। ମୋଟୋରୋଲା ଏବେ ଏଭଳି ସ୍ମାର୍ଟଫୋନ୍‌ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛି, ଯାହାର ଦାମ୍‌ କମ୍‌ ଓ ଚମତ୍କାର ଫିଚର ରହୁଛି।

ଏଭଳି ଏକ ଆକର୍ଷଣୀୟ ଫୋନ୍‌ ହେଉଛି Motorola G45। ଏହି ଫୋନ୍‌ ଆପଣ ୧୦,୯୯୯ ଟଙ୍କାରେ ପାଇପାରିବେ। ଯେତେବେଳେ କି ଏହାର ଏମଆରପି ୧୨, ୯୯୯ ଟଙ୍କା ସ୍ଥିର କରାଯାଇଛି। ଏହାବ୍ୟତୀତ ଫୋନ୍‌ ଉପରେ ଅନେକ ବ୍ୟାଙ୍କ ରିହାତି ମଧ୍ୟ ଉପଲବ୍ଧ। ଫ୍ଲିପ୍‌କାର୍ଟ ଆକ୍ସିସ୍‌ ବ୍ୟାଙ୍କ କାର୍ଡ଼ରେ ପେମେଣ୍ଟ କଲେ ଅଲଗା ରିହାତି ଦିଆଯାଉଛି। ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ଼ରେ ପେମେଣ୍ଟ କରିବା ଦ୍ଵାରା ୧ ହଜାର ଟଙ୍କାର ରିହାତି ମିଳୁଛି। ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କରେ ଅଲଗା ରିହାତି ପ୍ରଦାନ କରାଯାଉଛି। ଅଗଷ୍ଟ ୨୮ରୁ ଫ୍ଲିପ୍‌କାର୍ଟରେ ଏହି ଫୋନ୍‌ର ସେଲ୍‌ ଆରମ୍ଭ ହେବାକୁ ଯାଉଛି।

- Advertisement -

କମ୍ପାନୀ ପକ୍ଷରୁ Moto G45ରେ ୧ ବର୍ଷ ଓ୍ବାରେଣ୍ଟ ଦିଆଯାଉଛି ଏବଂ ୬ ମାସ ଯନ୍ତ୍ରାଂଶ ଓ୍ବାରେଣ୍ଟି ରହିଛି। ୮ ଜିବି ରାମ୍‌ ବିଶିଷ୍ଟ ଫୋନ୍‌ କିଣିବାକୁ ଆପଣଙ୍କୁ ୧୨,୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ସେହିପରି ୪ ଜିବି ରାମ୍‌ ବିଶିଷ୍ଟ ଫୋନ୍‌କୁ ୧୦,୯୯୯ ଟଙ୍କାରେ ପାଇପାରିବେ। ଏଥରେ ୬.୫ ଇଞ୍ଚ ଏଚଡି+ ଡିସ୍‌ପ୍ଲେ ଦିଆଯାଇଛି। ଏହା ବ୍ୟତୀତ ଡୁଆଲ ରିୟର କ୍ୟାମେରା ରହିଛି। ୫୦ଏମପି+୮ଏମପିର ଦୁଇ ରିୟର କ୍ୟାମେରା ଦିଆଯାଇଛି। ଏଥିସହ ୧୬ଏମପିର ଫ୍ରଣ୍ଟ୍‌ କ୍ୟାମେରା ରହିଛି। ମୋଟୋରୋଲାର ଏହି ଫୋନ୍‌ରେ ୫୦୦୦ ଏମଏଏଚ ବ୍ୟାଟେରୀ ଦିଆଯାଇଛି। Snapdragon 6s Gen 3 Processor ମଧ୍ୟ ଦିଆଯାଇଛି। ଫୋନ୍‌ ଡିଜାଇନର ସବୁଠୁ ବଡ଼ ବିଶେଷତ୍ଵ ହେଉଛି, ଏହା ଭେଗାନ୍‌ ଲେଦର ଫିନିଶ୍‌ ସହ ଆସିଥାଏ। ଏଥିରେ ୨୦ ଓ୍ବାଟ୍‌ ଚାର୍ଜିଂ ସପୋର୍ଟ ମିଳୁଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories