www.samajalive.in
Saturday, December 6, 2025
26.1 C
Bhubaneswar

ମାଲବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ: ହେଲପର ମୃତ, ଚାଳକ ଗୁରୁତର

ଜି ଉଦୟଗିରି: ଜି ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗାଠାରୁ ତିନି କିମି ଦୂର ବୁଲାଣୀଠାରେ ବେଙ୍ଗାଲୁରୁରୁ ବ୍ରହ୍ମପୁର ଯାଉଥିବା ମାଲବୋଝେଇ ଟ୍ରକ୍ ଆଗ ଚକା ଫାଟିଯିବା ଫଳରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଚାଳକ ଓ ହେଲପର ଉଭୟ ଷ୍ଟେରିଙ୍ଗ ଓ ଲୁହାଚଦର ତଳେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ମେସିନରେ କାଟି ଉଭୟଙ୍କୁ ଉଦ୍ଧାର କରିଥଲେ। ସେଥି ମଧ୍ୟରୁ ହେଲପର୍ ଛୋଟୁ(୧୮)ଙ୍କର ଘଟଣାସ୍ଥଳରେ ମୁତ୍ୟୁ ଘଟିଥିବାବେଳେ ଡ୍ରାଇଭର ଅଦନାନ୍(୨୦)ଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଜି.ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଓ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ତେବେ ଉଭୟ ଆନ୍ଧ୍ରର ବୋଲି ଜଣାପଡିଛି। ଜି.ଉଦୟଗିରି ପୁଲିସ ଏସଆଇ ଅନନ୍ତ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଓ ଦୁର୍ଘଟଣାର ତଦନ୍ତ ଜାରି ରଖିଥିବା ନେଇ ସୂଚନା ଦେଇଛନ୍ତି। ବାହାର ମାଲବାହୀ ଟ୍ରକ୍ ହେଉ ବା ପର୍ଯ୍ୟଟକ ବସ୍, କଳିଙ୍ଗା ଘାଟି ପାର ହେବା ପୂର୍ବରୁ ଘାଟି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ଯାତ୍ରା କରିବାକୁ ସମାଜସେବୀ ଆମନ୍ ନାୟକ ଅନୁରୋଧ କରିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories