www.samajalive.in
Tuesday, December 9, 2025
16.1 C
Bhubaneswar

ଦୁଇ ନର୍ସରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା: ୪୦ ଗିରଫ, ୨୪ରେ ମହାରାଷ୍ଟ୍ର ବନ୍ଦ

ଥାଣେ : ମହାରାଷ୍ଟ୍ର ଥାଣେ ଜିଲା ବଦଲାପୁର ଅଞ୍ଚଳର ଏକ କିଣ୍ଡରଗାର୍ଟେନ ସ୍କୁଲରେ ଦୁଇ ନର୍ସରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାକୁ ନେଇ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭକାରୀମାନେ ବଦଲାପୁର ଷ୍ଟେସନରେ ରେଳରୋକ କରିବା ସହିତ ସ୍କୁଲରେ ଭଙ୍ଗାରୁଜା କରିଥିଲେ। ମଙ୍ଗଳବାର ହୋଇଥିବା ବିକ୍ଷୋଭ ଓ ଆନ୍ଦୋଳନକୁ ନେଇ ପୁଲିସ ୩୦୦ଟି ମାମଲା ରୁଜୁ କରିବା ସହିତ ୪୦ଜଣଙ୍କୁ ଗିରଫ କରିଛି। ରେଳ ଧାରଣାରୁ ବିକ୍ଷୋଭକାରୀଙ୍କୁ ହଟାଇବା ଲାଗି ପୁଲିସ ଲାଠିମାଡ କରିଥିଲା। ପ୍ରତି ଜବାବରେ ବିକ୍ଷୋଭକାରୀମାନେ ପୁଲିସକୁ ଟେକାପଥର ମାଡ କରିଥିଲେ। ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଧବାର କହିଛନ୍ତି ଯେ ନର୍ସରୀ ଛାତ୍ରୀଙ୍କୁ ବଳାତ୍କାର କରାଯିବା ଘଟଣାରେ ଯେଉଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ବିକ୍ଷୋଭରେ ଯେଉଁମାନେ ସାମିଲ ହୋଇଥିଲେ ସେମାନେ ସମସ୍ତେ ବାହାର ଅଞ୍ଚଳର ଲୋକ। ରାଜ୍ୟ ସରକାରକୁ ନିନ୍ଦିତ କରିବା ଲାଗି ଏପରି ଯୋଜନା କରାଯାଇଥିଲା। ଏହି ବଳାତ୍କାର ଘଟଣାର ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ମାମଲାର ତଦନ୍ତ ପାଇଁ ଇନ୍ସପେକ୍ଟର ଜେନେରାଲ ଆରତି ସିଂହଙ୍କ ନେତୃତ୍ବରେ ଏସଆଇଟି ଗଠନ ହୋଇଛି। ମାମଲାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବାକୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ଉଜ୍ବଳ ନିକମ୍‌ଙ୍କୁ ସ୍ବତନ୍ତ୍ର ଓକିଲ ନିଯୁକ୍ତ କରାଯାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଅଗଷ୍ଟ ୨୪ ତାରିଖରେ ମହାରାଷ୍ଟ୍ରର ବିରୋଧୀ ଦଳଗୁଡିକ ପକ୍ଷରୁ ମହାରାଷ୍ଟ୍ର ବନ୍ଦ ଡକାରା ଦିଆଯାଇଛି। ବିରୋଧୀ କଂଗ୍ରେସ, ଶିବସେନା (ୟୁବିଟି) ଓ ଏନସିପି (ଶରତ ଚନ୍ଦ୍ର) ମେଣ୍ଟ ମହା ବିକାଶ ଅଘାଡି (ଏମଭିଏ) ଏହି ବନ୍ଦ ପାଳନ କରିବ। ଏହା ସହିତ ବୁଧବାର ମଧ୍ୟ ବିରୋଧୀ ଦଳଗୁଡିକ ପକ୍ଷରୁ ନଭି ମୁମ୍ବଇ, ଦାଦର ଓ ଅନ୍ୟାନ୍ୟ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନାଯୋଗ୍ୟ ଅଗଷ୍ଟ ୧୩ରେ କିଣ୍ଡରଗାର୍ଟେନ ସ୍କୁଲର ୪ବର୍ଷର ଦୁଇଜଣ ନର୍ସରୀ ଛାତ୍ରୀଙ୍କୁ ଜଣେ ଆଟେଣ୍ଡାଣ୍ଟ (ସହାୟକ) ଯୌନ ନିର୍ଯାତନା ଦେଇଥିଲେ। ଅଗଷ୍ଟ ୧୬ରେ ଜଣେ ଛାତ୍ରୀ ଏ ସମ୍ପର୍କରେ ତା’ ପିତାମାତାଙ୍କୁ କହିଥିଲା। ପରେ ପିତାମାତା ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ କରାଯିବାର ୧୨ଘଣ୍ଟା ପରେ ପୁଲିସ ମାମଲା ରୁଜୁ କରିଥିଲା। ୧୭ ତାରିଖରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories