ଏସସିବିରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା : ୩ ଜଣିଆ କମିଟିର ତଦନ୍ତ ଆରମ୍ଭ
କଟକ: କଟକ ଏସସିବି ମେଡିକାଲରେ ଦୁଇ ଜଣ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା। ସ୍ଵାସ୍ଥ୍ୟ ବିଭାଗର ନିର୍ଦେଶ ପରେ ୩ ଜଣିଆ କମିଟି ତଦନ୍ତ ଆରମ୍ଭ କରିଛି। ଡିଏମଇଟି, ଯୁଗ୍ମ ଡିଏମଇଟି ଓ ଏସସିବି ଅଧିକ୍ଷକଙ୍କ ମିଳିତ ଟିମ୍ ତଦନ୍ତ କରୁଛି। ସୂଚନା ମୂତାବକ ମଙ୍ଗଳବାର କଟକ ଏସସିବିରେ ଜଣେ ଡାକ୍ତରଙ୍କ ନାଁରେ ଆସିଥିଲା ସାଂଘାତିକ ଅଭିଯୋଗ। ଦୁଇ ମହିଳା ରୋଗୀ ଏଭଳି ଅଭିଯୋଗ ଆଣିଥିଲେ। ଏ ନେଇ ମହିଳା ରୋଗୀଙ୍କ ପରିବାର ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ପୁଲିସ୍ ଡାକ୍ତର ଠାକୁର ଦିଲବାଗ୍ ସିଂକୁ ଗିରଫ କରିଛି। ତେବେ ଘଟଣାର ତଦନ୍ତ କରିବାକୁ ସ୍ଵାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଥିଲା। ଏଥିପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିଲା। ଆଜି ଏହି ଟିମ୍ ଘଟଣାରେ ତଦନ୍ତ ଆରମ୍ଭ କରିଛି। ପରେ ପ୍ରାଥମିକ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ଏବଂ କିଭଳି ଘଟଣାର ପୁନରାବୃତ୍ତି ନହେବ, ସେ ନେଇ ପ୍ରୋଟକଲ ପ୍ରସ୍ତୁତ ହେବ।
Comments are closed.