www.samajalive.in
Sunday, December 7, 2025
14.1 C
Bhubaneswar

ଜେଲରୁ ବାହାରିବା ପରେ ପ୍ରଥମ ସକାଳ ଦେଖିଲେ ସିଶୋଦିଆ, ସ୍ତ୍ରୀଙ୍କ ସହିତ ସେଲ୍‌ଫି ପୋଷ୍ଟ କରି କହିଲେ ଏମିତି

ସମାଜ ଡିଜିଟାଲ ଡେସ୍କ: ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଥିବା ନିଜ ଆକାଉଣ୍ଟରେ ଶନିବାର ସକାଳେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ନିଜ ସ୍ତ୍ରୀଙ୍କ ସହିତ ଏକ ସେଲ୍‌ଫି ବି ଶେୟାର କରିଛନ୍ତି। ହାତରେ ରହିଛି ଏକ ଚା’ କପ୍‌। ଜେଲରୁ ବାହାରିବା ପରେ ଏହା ତାଙ୍କର ପ୍ରଥମ ପୋଷ୍ଟ ଥିଲା, ଯାହା ତାଙ୍କ ପାଇଁ ଏକ ସ୍ଵତନ୍ତ୍ର ମୁହୂର୍ତ୍ତ। ଏହି ପୋଷ୍ଟରେ ସେ ଲେଖିଛନ୍ତି ‘‘ଆଜାଦୀ କୀ ସୁବହ କୀ ପେହଲି ଚାଏ, ୧୭ ମହିନେ ବାଦ୍‌’’। ଅର୍ଥାତ ୧୭ ମାସ ପରେ ଜେଲରୁ ବାହାରିବା(ସ୍ଵାଧୀନତା) ପରେ ସକାଳର ପ୍ରଥମ ଚା’। ସେ ଆହୁରି ଲେଖିଛନ୍ତି, ‘ତାଙ୍କର ଏହି ସ୍ଵାଧୀନତା, ଯାହା ସମ୍ବିଧାନ ପ୍ରତ୍ୟେକ ଭାରତୀୟଙ୍କୁ ଦେଇଛି। ଏହି ସ୍ଵାଧୀନତା, ଯାହା ଭଗବାନ ଆମକୁ ମୁକ୍ତ ବାୟୁରେ ସମସ୍ତଙ୍କ ସହିତ ନିଃଶ୍ଵାସପ୍ରଶ୍ଵାସ ନେବାକୁ ଦେଇଛନ୍ତି।

ଗତ ଶୁକ୍ରବାର ସିଶୋଦିଆ ଜେଲରୁ ବାହାରିଥିଲେ। ଜେଲ ବାହାରେ ଦଳୀୟ ନେତା ଏବଂ କର୍ମକର୍ତ୍ତାମାନେ ତାଙ୍କୁ ବିପୁଳ ସ୍ଵାଗତ କରିବା ସହିତ ଭାବବିହ୍ବଳ ହୋଇପଡ଼ିଥିଲେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories