Patra electronics

ସ୍କୁଲ ନେଇ ଯିବାବେଳେ ମାଡିଗଲା ଟ୍ରକ୍ : ୩ ମୃତ

କେନ୍ଦୁଝର: ବାଇକରେ ଯିବାବେଳେ ଚାପି ଦେଲା ଟ୍ରକ୍ , ୩ ମୃତ। କେନ୍ଦୁଝର ଯୋଡା ଥାନା ଡିଏଭି ସ୍କୁଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାପା ପୁଅଙ୍କ ସହ ପଡୋଶୀଙ୍କ ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଆଜାଦ ବସ୍ତିର ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ  ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ନିଜ ପୁଅ ସହ ପଡୋଶୀଙ୍କ ପୁଅକୁ ସ୍କୁଲ ନେଇ ଯିବାବେଳେ ଏଭଳି ଅଘଟଣ ଘଟିଛି। ପରେ ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Comments are closed.