www.samajalive.in
Tuesday, December 9, 2025
17.1 C
Bhubaneswar

ଜଳଲାଗି ପାଇଁ ଯାଉଥିଲେ , ଚାଲିଗଲା ଜୀବନ

ବିହାର: ଡିଜେ ଗାଡି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୮ କାଉଡିଆଙ୍କ ମୃତ୍ୟୁ। ବିହାରର ବୈଶାଲି ଜିଲ୍ଲା ହାଜିପୁରରୁ ପାଣି ନେଇ ଆସିବାବେଳେ ଏଭଳି ଅଘଟଣ ଘଟିଛି। ଏଥିରେ ୮ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୬ରୁ ଅଧିକ କାଉଡିଆଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ଗୋଟିଏ ଗାଁର ଓ ସେମାନଙ୍କ ବୟସ ୧୫ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି। ରବିବାର ରାତିରେ କାଉଡ଼ିଆମାନେ ପାଣି ଉଠାଇବା ଲାଗି ପହଲେଜା ଘାଟ ଅଭିମୁଖେ ଯାଉଥିଲେ। ଏହି ସମୟରେ କାଉଡ଼ିଆମାନେ ଡିଜେ ବଜାଇ ତାହାର ତାଳେ ତାଳେ ଆଗେଇ ଚାଲିଥିଲେ। ହଠାତ୍‌ ଡିଜେଟି ଏକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ତାହା ନିକଟରେ ଯାଉଥିବା କାଉଡ଼ିଆମାନେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ୮ଜଣ କାଉଡିଆଙ୍କର ମୃତ୍ୟୁ ଘଟିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories